ଆଜଦିକି ଅମୃତ ମହୋତ୍ସବ ପାଳନ

ବାରଙ୍ଗ, (ନାଗରାଜ ନ୍ଯୁଜ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଭୁବନେଶ୍ୱର ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜଦିକି ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଉପଲକ୍ଷେ ଆରଓବି କାର୍ଯ୍ୟାଳୟ ପକ୍ଷରୁ କଟକ ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୁବନ ଠାରେ ଏକ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏଥିରେ ଜନସଂପର୍କ ନିର୍ଦ୍ଦେଶାଳୟର କଳାକାର ମାନେ ଦେଶାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀମାନେ କିଭଳି ତ୍ୟାଗ, ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ସେ ସମ୍ପର୍କରେ କଳାକାର ମାନେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ତରଫରୁ ଆଜାଦି ସମ୍ପର୍କିତ ଏକ ସୂଚନା ଭ୍ୟାନ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଏହି ଭ୍ୟାନ ସ୍ଵାଧୀନତା ସଂଗ୍ରାମ ସମ୍ପର୍କରେ ଲୋକଙ୍କୁ ସ୍ମରଣ ଦେବାପାଇଁ କଟକ ଓ ଖୋର୍ଦ୍ଧା ଜିଲ୍ଲର ବିଭିନ୍ନ ସ୍ଥାନ ଭ୍ରମଣ କରୁଛି ।ବେଲଭିୟୁ ସ୍ଥିତ ମହାତ୍ମାଗାନ୍ଧୀ ପାର୍କ ନିକଟରେ ଏହି ଅଭିଯାନକୁ ପ୍ରଖ୍ୟାତ କବି ଡ.ଅମରେଶ ପଟ୍ଟନାୟକ ଉଦଘାଟନ କରିଥିଲେ ।

Leave a Reply

Your email address will not be published.