୭୨ ତମ ବନ ମହୋତ୍ସବ ଅନୁଷ୍ଠିତ

ବେଳପଡା: ୭୨ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆହୁତ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁସାରେ ପାଟଣାଗଡ ବନାଞ୍ଚଳ ବେଳପଡା ସେକ୍ସନ ଦ୍ୱାରା ଆୟୋଜିତ ବନ ମହୋତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବେଳପଡା ଆଦିବାସୀ କର୍ମଚାରୀ ସଙ୍ଘର କାର୍ମକର୍ତା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ପୁଟୀକୁ ଦେଇ ସଂରକ୍ଷିତ ଜଙ୍ଗଲ ସ୍ଥିତ ବାଞ୍ଜି ଡୁଙ୍ଗୁରି ସେଣ୍ଟ୍ରାଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଥିଲା । ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ବେଳପଡା ତହସିଲ ଦାର, ଶ୍ରୀମତୀ ପ୍ରଶାନ୍ତି ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ଶରେନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର, ଭାରପ୍ରାପ୍ତ ଥାନା ଅଧିକାରୀ ବୁଲୁ ମୁଣ୍ଡା, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାଶଚିବ ନିରଞ୍ଜନ ବିଶି, ଏବିଇଓ ଜଗବନ୍ଧୁ ମାଝୀ, କପାଣି ସରପଞ୍ଚ ହେମାଞ୍ଚଳ ଧାରୁଆ, ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

ବନ ବିଭାଗ ତରଫରୁ ପଟଣାଗଡ ରେଞ୍ଜର ରାଜକିଶୋର ଭୋଇ, ଫରେଷ୍ଟର ରଞ୍ଜିତ ସିଂ ବାବୁ ମହୋତ୍ସବ ପରିଚାଳନା କରିଥିଲେ। ପ୍ରାକୃତିକ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ପଥ ପାର୍ଶ୍ଵ ବନୀକରଣ, ଜଙ୍ଗଲ ପୋଡି ନିରାକରଣ, ବନ୍ୟ ପ୍ରାଣୀ ମନେ ପିଇବା ପାଣି ବ୍ୟବସ୍ଥା ପାଇଁ ଜଙ୍ଗଲ ମଧ୍ୟରେ ଜଳାଶୟ ବ୍ୟବସ୍ଥା, ଜୀବଜଗତର ସୁରକ୍ଷା ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା, ଅପରିହାର୍ଯ୍ୟ ଏବଂ ଏକମାତ୍ର ବିକଳ୍ପ ବୋଲି ବନ ମାହୋତ୍ସବ ରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ଅତିଥି ମାନେ ପ୍ରକାଶ କରିଥିଲେ ।

ଜନ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଗାଁରେ ସଚେତନତା ସଭା କରିବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ। ଜଙ୍ଗଲ ଧ୍ୱଂସ ହେଲେ ଜୀବଜଗତ ଧ୍ବଂସ ହୋଇଯିବ ବୋଲି ଅତିଥି ମାନେ ଚିନ୍ତା ପ୍ରକଟ କରିଥିଲେ । ବନ ମାହୋତ୍ସବରେ ଡମ୍ବରୁ ଧାରୁଆ, ଗନ୍ଧର୍ବ ମାଝୀ, ଭୁପାଳ ସିଂ ବିଶ୍ୱାଳ, ଗୋପାଳ ନାଗ, ଅନୁଜ ସିଂ ମାଝୀ, ସୁରେଶ ମାଝୀ, ଦୁର୍ବାଶ ମଲ୍ଲିକ, ଧାନେଶ୍ୱର ରାଉତ, ଦୁଖନାସନ ବିଶ୍ୱାଳ, ନିଲୁ ବାରିହା, ରାଜେନ୍ଦ୍ର ଧାରୁଆ, ଘନ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published.