ଚାଉଳିଆଗଞ୍ଜ ଯୁବକମାନେ ପ୍ରସ୍ତୁତ କରିଛନ୍ତି ଏଗ୍ରିମେଣ୍ଟ୍ ରାକ୍ଷୀ

କଟକ,(ନାଗରାଜ ନ୍ୟୁଜ): ଦିନ କେଇଟା ପରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ରାକ୍ଷୀ ପୁର୍ଣିମା.. ଭାଇ ହାତରେ ରାକ୍ଷୀ ପିନ୍ଧାଇବ ଭଉଣୀ। ଏହି ପବିତ୍ର ବନ୍ଧନକୁ ଆହୁରି ମଜବୁତ କରିବା ପାଇଁ କଟକ ଚାଉଳିଆଗଞ୍ଜ ଯୁବକମାନେ ପ୍ରସ୍ତୁତ କରିଛନ୍ତି ଏଗ୍ରିମେଣ୍ଟ୍ ରାକ୍ଷୀ। ଏ କଥା ଟା ଶୁଣିଲେ ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ.. ହେଲେ ଏହା ସତ। ଏହି ରାକ୍ଷୀ ରେ ବ୍ରଦର୍ ସିଷ୍ଟର୍ ଏଗ୍ରିମେଣ୍ଟ୍ ପେପର ସମେତ ୭ ପ୍ରକାର ସାମଗ୍ରୀ ରହିଛି। ଏଥିସହିତ ଭାଇ ଭଉଣୀ ର ଫଟୋ ସହ ୫ ଟି ସର୍ତ୍ତାବଳୀ ମଧ୍ଯ ରହିଛି। ଭଉଣୀ ପ୍ରତି କର୍ତ୍ତବ୍ୟ କଣ ରହିଛି,ମା ଭଳି ଭଉଣୀ ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଦେବା ଭଳି ଏହି ଏଗ୍ରିମେଣ୍ଟ୍ ରେ ସର୍ତ୍ତାବଳୀ ରହିଛି। ପ୍ରତିବର୍ଷ ବିଭିନ୍ନ ପ୍ରକାରର ରାକ୍ଷୀ ମାର୍କେଟରେ ମିଳୁଥିବା ବେଳେ ଏ ବର୍ଷ ଏଭଳି ରାକ୍ଷୀକୁ ବେଶ୍ ପସନ୍ଦ କରୁଛନ୍ତି ଗ୍ରାହକ। ଆଉ ଏହି ଏଗ୍ରିମେଣ୍ଟ୍ ରାକ୍ଷୀକୁ ନେଇ ଭଲ ଭାବେ ପଢି ଦସ୍ତଖତ କରି ଭାଇ ହାତରେ ରାକ୍ଷୀ ପିନ୍ଧାଇବ ଭଉଣୀ ।

ବ୍ରଦର୍ ସିଷ୍ଟର୍ ଏହି ଏଗ୍ରିମେଣ୍ଟ୍ ପେପରରେ ଗୋଟିଏ ପଟୋ ରାକ୍ଷୀ, ଚକଲେଟ୍, ପରଫ୍ୟୁମ୍,ଚାବି ରିଙ୍ଗ୍,ଚାଉଳ,ସିନ୍ଦୁର ଏବଂ ଭାଇମାନଙ୍କ ପାଇଁ ରାକ୍ଷୀ ଶୁଭେଚ୍ଛା କାର୍ଡ୍। ବକ୍ସ୍ ଭିତରେ ଏସବୁ ଜିନିଷ ରଖି ରାକ୍ଷୀ କିଟ୍ ପ୍ରସ୍ତୁତ କରିଛନ୍ତି ଚାଉଳିଆଗଞ୍ଜ ଅଞ୍ଚଳର ଇଶ୍ୱର ସାହୁ। ଏହି କିଟ୍ କୁ ନେବା ଲାଗି ଅନେକ ଅର୍ଡର୍ ଆସିଛି ଏବଂ ଏହାର ଢେର୍ ଚାହିଦା ରହିଥିବା କହିଛନ୍ତି ରାକ୍ଷୀ ବିକ୍ରେତା ଇଶ୍ୱର ସାହୁ। ସେହିପରି ଏଗ୍ରିମେଣ୍ଟ୍ ରାକ୍ଷୀ କିଟ୍ ପାଇଁ ଭାଇ ଭଉଣୀ ଙ୍କ ଫଟୋ ଦେବାକୁ ପଡିବ। ରାକ୍ଷୀ ପୁର୍ଣ୍ଣିମାରେ ଭାଇ ହାତରେ ବାନ୍ଧିବା ପୁର୍ବରୁ ଏଗ୍ରିମେଣ୍ଟ୍ ପେପରରେ ଥିବା ୫ ଟି ସର୍ତ୍ତାବଳୀ ପଢିବେ। ଆଉ ଉଭୟ ଭାଇ ଭଉଣୀ ଏଥିରେ ଦସ୍ତଖତ କରି ଏହାକୁ ସ୍ମୃତି ଭାବି ସାଇତି ରଖିବେ। ଏହି ଏଗ୍ରିମେଣ୍ଟ୍ ରାକ୍ଷୀ ର ଦର ୨୬୦ ଟଙ୍କା ଥିବା ବେଳେ ଫଟୋ ରାକ୍ଷୀ ପାଇଁ ମାତ୍ର ୫୦ ଟଙ୍କା ରହିଛି। ତେବେ ଆପଣ ଏହି ରାକ୍ଷୀକୁ ନେବା ଲାଗି Srav Photo ଫେସବୁକ ପେଜ୍ ରେ ଅର୍ଡର୍ କରିପାରିବେ। ଏହିଭଳି ରାକ୍ଷୀ ପାଇଁ ରାଜ୍ୟ ବାହାରୁ ଅର୍ଡର୍ ଆସୁଥିବା କହିଛନ୍ତି ବ୍ୟବସାୟୀ ଇଶ୍ୱର ସାହୁ ଏବଂ ମୁକେଶ କୁମାର। ରାକ୍ଷୀ ବିକ୍ରେତା ବିଭିନ୍ନ ଅକେଜନ୍ ରେ ପ୍ରତିବର୍ଷ କିଛି ନା କିଛି ନୂଆ କରି ଦେଖାଇବାର ଆଶା ନେଇ ଚଳିତ ବର୍ଷ ରାକ୍ଷୀର ସ୍ୱତନ୍ତ୍ର ସାମଗ୍ରୀ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave a Reply

Your email address will not be published.