ଅନୁଷ୍ଠିତ ହେଲା ଶିଶୁ ମହୋତ୍ସବ ସୁରଭି –୨୦୨୨ କାର୍ଯ୍ୟକ୍ରମ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଡ଼ପଦା ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଶିଶୁ ମହୋତ୍ସବ ସୁରଭି -୨୦୨୨ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଅକ୍ଷୟ କୁମାର ମହାପାତ୍ର ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଏବିଇଓ ବାସନ୍ତୀ ପୃଷ୍ଟି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କର ପ୍ରତିଭାର ବିକାଶ ଘଟିଥାଏ ବୋଲି କହିଥିଲେ । ସାଧନକେନ୍ଦ୍ରର ସଂଯୋଜକ ଅନିଲ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରାପାଳ ରାଧାକୃଷ୍ଣ ୟୁପି ସ୍କୁଲରେ ଆୟୋଜିତ ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୧୪ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଏବିଇଓ ଧନଞ୍ଜୟ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଗିରି, ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ଯୋଗେଶ୍ୱର ମହାପାତ୍ର, ପ୍ରେସକ୍ଲବ ସଭାପତି ବାଞ୍ଛାନିଧି ଦେ, ପ୍ରାକ୍ତନ ସରପଞ୍ଚ ମାୟାଧର ମଣି, ପ୍ରଧାନଶିକ୍ଷକ ଗିରିଜା ଶଙ୍କର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା ନାୟକ, ଏସଏମସି ପ୍ରେସିଡେଣ୍ଟ ଭାଗିରଥି ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଧାନ ଶିକ୍ଷକ ପଞ୍ଚୁପାଣ୍ଡବ ଧଳ ମଞ୍ଚ ସଂଯୋଜନା କରିଥିଲେ । ଶିକ୍ଷକ ଭବାନୀ ଶଙ୍କର ଭୋଇ, ଚନ୍ଦ୍ରମୋହନ ସାହୁ, ରାମହରି ବେହେରା, କାଳିଚରଣ ଯେନା, ଜଗନ୍ନାଥ ବେହେରା, ତପସ୍ୱୀ ମହାପାତ୍ର, ଦମୟନ୍ତୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ର ଦୀପ୍ତରାଗ ଦେ ସ୍ୱାଗତ ସଂଗୀତ ଗାନ ଓ ଛାତ୍ରୀ ଭୂମିକା ଦାସ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ସେହିପରି ବସ୍ତା ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟରେ କୁଳିଦା ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ସେନାପତି ନଡ଼ିଆ ବାଡେଇ ଫିତା କାଟି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ବସ୍ତା ଏବିଇଓ ବାସନ୍ତୀ ପୁଷ୍ଟି, ବରୁଣଗଡିଆ ସିଆରସି ଅରବିନ୍ଦ ପାଣିଗ୍ରାହୀ, ଚକ୍ରଡା ସିଆରସି ପିତାମ୍ବର ବେହେରା, ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲି ଟୁଡୁ, ସହକାରୀ ଶିକ୍ଷକ ସେକ ହେସାମୁଦ୍ଦିନ, ସରପଞ୍ଚ ପ୍ରତିନିଧି ଜୟକୃଷ୍ଣ ସେନାପତି ପ୍ରମୁଖ ଯୋଗ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନେ କିପରି ସେମାନଙ୍କ ପ୍ରତିଭାର ବିକଶିତ କରିପାରିବେ ସେ ବିଷୟରେ ମଞ୍ଚାସୀନ ଅତ୍ୟନ୍ତ ମାନେ ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ୧୧ ଟି ବିଦ୍ୟାଳୟର ୧୧୦ଜଣ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କୁଇଜ, ଡ୍ରଇଁ, ଭାଷଣ, ସୂତ୍ରଲିଖନ ଏବଂ ସାଂସ୍କୃତିକ କାଯ୍ୟକ୍ରମ ହୋଇଥିଲା । ଏହାକୁ ନାଏବ ସରପଞ୍ଚ ଅରବିନ୍ଦ ପ୍ରଧାନ, ବିଦ୍ୟାଳୟ କମିଟି ସମସ୍ତ ସଦସ୍ୟ, ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.