ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୨୨୦ ଲିଟର ଦେଶୀ ମଦ ଜବତ

ବାଙ୍କୀ, (ନାଗରାଜ ନ୍ୟୁଜ ): କଟକ ଜିଲ୍ଲା ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକାରୀ ତିଲେସ ଫର ଲାକରାଙ୍କତ୍ତତତ୍ୱାବଧାନରେ ବୈଦେଶ୍ଵର ଓ ବାଙ୍କୀ ଥାନା ଅନ୍ତର୍ଗତ ବାଣିଆ ଓ ବରଫୁଟ ପଞ୍ଚାୟତର ପଶାଣିଆ ଅଞ୍ଚଳରେ ଚଢାଉ ହୋଇଥିଲା । ଚଢ଼ାଉ ବେଳେ ପଶାଣୀଆ ଜଙ୍ଗଲରୁ ୧୮୦୦ ଲିଟର ଦେଶୀ ମଦ ତିଆରି ଗୁଡ଼ ପୋଚ ନଷ୍ଟ କରାଯାଇଥିବା ବେଳେ ରନ୍ଧା ସାମଗ୍ରୀ ଜବତ କରାଯାଇଛି ।

ଅନ୍ୟପଟେ ବାଣିଆ ଓ ପଶାଣିଆ ଅଞ୍ଚଳରୁ ୨୨୦ ଲିଟର ଦେଶୀ ଚୋରା ମଦ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମଦ ବ୍ୟବସାୟୀଙ୍କ ଘର ବାଣିଆ ଓ ପଶାଣୀଆ ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କ ନାମ ଅଖିଳ ପ୍ରଧାନ ଓ ସଂଜୀ ରାଉତ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.