ବୃଦ୍ଧାଙ୍କୁ ସହାୟତା ନିମନ୍ତେ ଦାବି

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗରି ଗ୍ରାମର ବୃଦ୍ଧା ପ୍ରତିମା ଧରୁଆ । ଯାହାଙ୍କ ଦୁଃଖର କାହାଣୀ ଦେଖିଲେ ଆଖିରେ ଲୁହ ଆସିଯିବ । ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ଝାଟିମାଟି ଘରେ ନିଜର ଜୀବନ ବିତାଉଛନ୍ତି । ନା ଖାଇବାକୁ ଚାଉଳ ଅଛି ନା ଶୀତବସ୍ତ୍ର । ସରକାରୀ ସହାୟତା କହିବେ କେବଳ ଭତ୍ତା ୭୦୦ ଟଙ୍କା । ସରକାରୀ ଚାଉଳ ମଧ୍ୟ ପାଉନାହାନ୍ତି ସେ । ଜଙ୍ଗଲ ମଧ୍ୟରେ ଦୁଖଃରେ ରହୁଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି କରାଯାଇଛି ।

Leave a Reply

Your email address will not be published.