ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ‘ଆଇଆଇ”ମାନେ ୧୨୧୫ ଜଣ ଗରିବ ‘‘ଶବର” ଆଦିବାସୀଙ୍କ ନିମନ୍ତେ “ସମ୍ବଲପୁର ଆରଡିସି’’ ମାଗିଥିବା ରିପୋର୍ଟ ଠିକ କରି ନ ଦେବା ଯାଏଁ ରାଜ୍ୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଚାଲିଥିବା ଆଜି ର ଧାରଣ ଜାରିରହିବ । ସକାଳ ୧୦ ଟା ରେ ବାଜିଚୌକରୁ ଏକ ବିଶାଳ ରାଲି ରେ ଶବରମାନେ ନିଜ ନିଜର ପାରମ୍ପରିକ ବେଶଭୁଷାରେ ସହିତ ଆଦିବାସୀ ଗୀତର ତାଳେ ତାଳେ ନୃତ୍ୟ କରି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ପହଂଚିବାପରେ ଆଜିର ଧାରଣା ଆରମ୍ଭ ହୋଇଥିଲା । ଏଠାରେ ପ୍ରକାଶ ଯୋଗ୍ୟଯେ, ଆଜକୁ ୧୪ ବର୍ଷ ପୂର୍ବରୁ ଓଡିଶା ରାଜ୍ୟ ସରକାରଙ୍କ ଏସ୍.ଟି. ଏବଂ ଏସ୍.ସି. ଜନ୍ନୟନ ବିଭାଗର ଗତ ୧୨ ଜୁନ୍ ୨୦୦୯ରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦିଆଯାଇଥିବା ଚିଠି ସଂଖ୍ୟା ୨୨୧୦୬ ଏସ୍ଏସ୍‌ଡି/ଭୂବନେଶ୍ଵର ଅନୁଯାୟୀ ଜମିପଟ୍ଟାମାନଙ୍କରେ ଜାତି ସ୍ଥାନରେ ଲେଖାଯାଇଥିବା ସଅରକୁ କାଟି ତୁରନ୍ତ ଶବର ଲେଖାଯିବା ପାଇଁ ଜିଲ୍ଲାପାଳମାନଙ୍କୁ ବୋର୍ଡ ଅଫ୍ ରେଭିନ୍ୟୁର କ୍ଷମତା ପ୍ରଦାନ କରିବା ନିମନ୍ତେ ସେତେବେଳର ବିଭାଗୀୟ ପ୍ରିନ୍ସିପାଲ ସେକ୍ରେଟାରୀ ଅନୁରୋଧ କରିଥିଲେ । ଏପରିକି କେତେଗୁଡିଏ ସ୍ଥାନରେ ବାପାର ଜମିପଟ୍ଟାରେ ଜାତି ସ୍ଥାନରେ ସଅର ବୋଲି ଲେଖାଯାଇଥିବାବେଳେ ପୁଅର ଜମିପଟ୍ଟାରେ ଶବର ବୋଲି ଲେଖାଯାଉଛି । ସରକାରୀ କର୍ମଚାରୀମାନଙ୍କର ଏଭଳି ଆଶ୍ଚର୍ଯ୍ୟଜନକ ଭୁଲ ଯୋଗୁଁ , ବାପା ଏସ୍ଟି ହୋଇପାରୁ ନ ଥିବା ବେଳେ ପୁଅ ଏସ୍ଟି ହୋଇପାରୁଛି ।

ଏହି ଚିଠି କାର୍ଯ୍ୟକାରୀ ନ ହେବା ଯୋଗୁଁ ୧ ବର୍ଷ ପୂର୍ବରୁ ୩୦ ମାର୍ଚ୍ଚ ୨୦୨୨ ଦିନ ସମସ୍ତେ ନିଜ ନିଜ ପରିବାର ଧରି କଟକ ଯାଇ “ଦୋର୍ଡ ଅଫ୍ ରେଭିନ୍ୟୁ ର ମାନ୍ୟଵର ମେମ୍ବରଙ୍କ ଆଗରେ ‘‘ଆନ୍ଦୋଳନ’ କରିବା ପରେ ସେ ମାନ୍ୟବର ‘ସମ୍ବଲପୁର ଆରଡିସି”କୁ ଏଥିପାଇଁ ଆଦେଶ ଦେଇଥିଲେ । ମାନ୍ୟବର ସମ୍ବଲପୁର ଆରଡିସି ମଧ୍ୟ ଏଥିପାଇଁ ସମସ୍ତ “ତହସିଲଦାର ମାନଙ୍କୁ ଆଦେଶ ଦେଇସାରିଛନ୍ତି । ତହସିଲଦାରମାନେ “ଆରଆଇ ମାନଙ୍କୁ ଆଦେଶ ଦେବା ପରେ ସେମାନେ “ମିଛ’ ରିପୋର୍ଟ ଦେଉଛନ୍ତି ।

“ ଆରଆଇ ମାନେ ସରକାରଙ୍କ ୧୪ ବର୍ଷ ପୂର୍ବର” ଉପରୋକ୍ତ ଚିଠିକୁ ମଧ୍ୟ ମାନୁ ନାହାଁନ୍ତି । ଆରଆଇମାନଙ୍କର ଏଭଳି ମିଛ ରିପୋର୍ଟ ବିଷୟରେ ଇଂ. ହୋତା ଜାଣିବାପରେ ୨୪ ଫେବୃୟାରୀ ୨୦୨୩ ଦିନ ଜିଲ୍ଲାପାଳ ଏବଂ ଏସପି ମହୋଦୟଙ୍କୁ ଜଣାଇ ଦେଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ” ଆରଆଇ ମାନେ ୧୨୧୫ ଜଣ ଗରିବ ‘ଶବର’’ ଆଦିବାସୀଙ୍କ ନିମନ୍ତେ ‘ସମ୍ବଲପୁର ଆରଡିସି’ ମାଗିଥିବା ରିପୋର୍ଟ ଠିକ କରି ନ ଦେବା ଯାଏଁ ଆଜିର ଧାରଣା ଚାଲୁରଖିବାକୁ ବାଧ୍ୟ ହେବୁ ବୋଲି , ହୋତା ନିତ୍ୟବସରରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.