ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତିଙ୍କୁ ସମ୍ବର୍ଦ୍ଧନା

କଟକ, (ନାଗରାଜ ନ୍ୟୁଜ ): କଟକରେ ଅନ୍ତର୍ଜାତୀୟ ହକି ଫେଡରେସନ ସଭାପତି ତଥା ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ନରିନ୍ଦର ନିଜର ପ୍ରତିକ୍ରିୟାରେ କହିଛନ୍ତିଯେ, ସବୁ ଖେଳରେ ଓଡ଼ିଶାର ଭିତ୍ତିଭୂମି ଏବେ ଉନ୍ନତ । କୋଭିଡ ପାଇଁ ଗୋଆରେ ହେବାକୁଥିବା ଜାତୀୟ କ୍ରୀଡା ପ୍ରତିଯୋଗିତା ହୋଇ ପାରିନାହିଁ । ବିକଳ୍ପ ଭାବେ ଓଡ଼ିଶା କଥା ଚିନ୍ତା କରାଯାଉଛି । ଅନ୍ୟପକ୍ଷରେ ବାରବାଟୀ ସହ ମୋର ସ୍ମୃତି ଅତି ପୁରୁଣା ଓ ମଧୂର । ଜାତୀୟ କ୍ରୀଡା ପାଇଁ ଆସି ଏଠାରେ ଥିବା ସିମେଣ୍ଟ ଡର୍ମିଟୋରି ଉପରେ ଶୋଇଛି । ସବୁବେଳେ ଖେଳାଳୀମାନଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ ଓଡ଼ିଶାରେ ପରସାଯାଏ ବୋଲି ନରିନ୍ଦର କହିଛନ୍ତି । ଓଡ଼ିଶା ହକି ସହିତ ଏଭଳି ଜଡିତ ଯାହାକୁ ଭୁଲି ହେବ ନାହିଁ । ବର୍ତମାନ ଅଣ୍ଡର ୧୯ ହକି ୱାଲ୍ଡ କପ ଚାଲିଛି । ୨୦୨୩ ରେ ରାଉରକେଲା ଆଉ ଭୁବନେଶ୍ୱରରେ ମୁଖ୍ୟ ୱାଲ୍ଡ କପ ଖେଳ ହେବ । ମୁଁ ଗର୍ବିତ ଓଡ଼ିଶା ପାଇଁ । ଓଡିଶା ସରକାରଙ୍କୁ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଉଛି ।

Leave a Reply

Your email address will not be published.