କଟକ ବାଦାମବାଡ଼ି ଭରତିଆ ଟାୱାରରେ ଅଘଟଣ, ତିନି ମହଲା ଛାତ ଉପରୁ ଡେଇଁ ବ୍ୟକ୍ତି ମୃତ

କଟକ, (ନାଗରାଜ ନ୍ୟୁଜ): କଟକ ବାଦାମବାଡ଼ି ଭରତିଆ ଟାୱାରରେ ଅଘଟଣ। ତିନି ମହଲା ଛାତ ଉପରୁ ଡେଇଁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ଆଜି ଅପରାହ୍ନରେ ହଠାତ୍ ତିନି ମହଲା ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କେଉଁ କାରଣରୁ ଛାତ ଉପରୁ ଡେଇଁ ପଡିଲେ ତାହା ଜଣାପଡ଼ି ନାହିଁ । ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ବାଦାମବାଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published.