କଟକରେ‌ ବ୍ରାଉନ ସୁଗାର ରାକେଟ ଠାବ, ଧଳା ଜହର ଜବତ

କଟକ, (ଭରତ ମହାରଣା): କମିଶନରେଟ ପୋଲିସ ଏକ ବଡ ଧରଣର ବ୍ରାଉନ ସୁଗାର ରାକେଟକୁ ଧରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି । କଟକ ଲାଲବାଗ ଅଂଚଳରୁ ସ୍ବତନ୍ତ୍ର ସ୍କ୍ବାର୍ଡ ୧ କିଲୋ ୧୫୯ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୬ ଜଣକୁ ଗିରଫ କରିଛି । ଯାହାର ସୂଚନା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି । ଏହି ରାକେଟ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ଚାଲାଣ କରୁଥିଲେ । ପଶ୍ଚିମବଙ୍ଗରୁ ଓଡିଶାର ଜଳେଶ୍ବର-ବାଲେଶ୍ବର ହୋଇ ଉପକୂଳ ଓଡିଶାକୁ ଆସୁଥିବା କୋଟି କୋଟି ଟଙ୍କାର ଧଳା ଜହରକୁ କଟକ ପୋଲିସ ଜବତ କରିବା ସହିତ ୬ଜଣକୁ ଗିରଫ କରିଛି । 

ଏହାର ଆନୁମାନିକ ମୁଲ୍ୟ ଏକ କୋଟିରୁ ଅଧିକ ହେବ । ପୋଲିସ କମିଶନର ଆହୁରୀ ମଧ୍ୟ କହିଛନ୍ତିଯେ, ଗତ ୫ମାସ ମଧ୍ୟରେ କଟକ-ଭୁବନେଶ୍ବର ର ପୋଲିସ ୬ କିଲୋ ୩ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାରିଲାଣି । କେବଳ କଟକରୁ ଏହି ସମୟରେ ୪ କିଲୋ ୨୮୦ ଗ୍ରାମ ଜବତ ହୋଇଛି । ତେଣୁ ନିଶା କାରବାର ପ୍ରତି ପୋଲିସର କଠୋର ଆଭିମୁଖ୍ଯ ପାଇଁ ଏବେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ସହ ୬ ମାସରେ ୨୭ ଜଣ ଗିରଫ ହୋଇଛନ୍ତି । ଆଗକୁ ପୋଲିସ ଧଳା ଜହର କାରବାରରେ ଜଡିତ ବ୍ୟବସାୟୀ ଓ ଅଭିଯୁକ୍ତଙ୍କ ପ୍ରତି ଆହୁରି କଠୋର ଆଭିମୁଖ୍ଯ ଗ୍ରହଣ କରିବ ବୋଲି ପୁଲିସ୍ କମିଶନର ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.