ବିଲକାଦୁଅରୁ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାନ୍ଶବାହାଲଫାଣ୍ଡି ନିକଟସ୍ଥ ଏକ ବିଲକାଦୁଅରୁ ମୃତ ଦେହ ପୋଲିସ ଉଦ୍ଧାର କରିଛି । ସୂଚନାରୁ ଜଣାଯାଇଛି ଯେ, ବର୍ତ୍ତମାନ ଡାଲୁଅଚା କରିବାପାଇଁ ଚାଷୀମାନେ କାଦୁଅକରି ଜମି ପ୍ରସ୍ତୁତି କରୁଛନ୍ତି । ହେଲେ ଆଜି ସକାଳେ ସେହି ଜମି ପ୍ରସ୍ତୁତି କାଦୁଅରେ ଏକ ଶବପଡିଥିବାର ଲୋକମାନେ‌ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ କାନ୍ଶବାହାଲ ଫାଣ୍ଡି ଅଧିକାରୀ EM Maharashtra, ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ବସ୍ଛପ୍ରଧାନ, ଏସଡିପିଓ ଶଶାଙ୍କ ଶେଖର ବେଉରା ସାଇନ୍ଟିଫିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ଅନୁସନ୍ଧାନ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା କାଣ୍ଡ ପରି ଜଣାପଡ଼ୁଥିବା ବେଳେ ମୃତବ୍ୟକ୍ତି ଜଣକ ବଗିଚାପଡା ହାଡ୍ରାପଡାର ମେଘନାଦ ଟିଗା ବୋଲି ଜଣାପଡିଛି ।

Leave a Reply

Your email address will not be published.