ବାରମ୍ବାର ଦାବି ସତ୍ତ୍ୱେ ଠକି ଦେଲା ପ୍ରଶାସନ, ଦାବୀ ପୂରଣ ନିମନ୍ତେ ଗଣ ଧାରଣାକୁ ଓଲ୍ହାଇଲେ ଗ୍ରାମବାସୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଆଜି ବାଧ୍ୟ ହୋଇ ଦୁଇ ଗ୍ରାମର ଶତାଧିକ ଜନଜାତିର ପୁରୁଷ ଓ ମହିଳା ମିଳିତ ଭାବେ ଆଜି ଗଁଦିଆ ପେଟ୍ରୋଲ ଟାଙ୍କି ପାଖରୁ ବେଗା ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କର ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଚଳିତ ମାସ12ତାରିଖରେ ଉକ୍ତ ଦୁଇ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଉକ୍ତ କ୍ରସର କୁ ତୁରନ୍ତ ବନ୍ଦ କରିବା ପାଇଁ ଲିଖିତ ଭାବରେ ଉପ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ସେ ଜିଲ୍ଲା ପାଳ ଙ୍କ ସହିତ କଥା ହୋଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ କୌଣସି ଫଳ ନମିଳିବାରୁ ଆଜି ଏହି ଘଟଣା ଘଟିଛି ସୂଚନାରୁ ଜଣାଯାଇଛି ଉକ୍ତ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ପଞ୍ଚାୟତର ନୂଆ କଷ୍ଟିପାଳ ଓ ବେଗା ପଂଚାୟତର ଅନ୍ତର୍ଗତ ବେଗା ରାଜସ୍ୱ ଗ୍ରାମର ଶ୍ରୀମନ୍ତପୁର(ପଡ଼ା ଗ୍ରାମ)ର ଜନସାଧାରଣ ମାନେ ଏଠାରେଜଗବନ୍ଧୁ ଏଣ୍ଟରପ୍ରାଇଜେସ ନାମକ ଏକ ଘରୋଇ ସଂସ୍ଥା ଏଠାରେ ଏକ କ୍ରସର ଚାଲୁ କରୁଛି ଏହା ଦ୍ୱାରା ଗ୍ରାମବାସୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉକ୍ତ ସଂସ୍ଥା କୁ ନିହଲପ୍ରସାଦ ମୌଜା ଖାତା ନଂ1433/1519ପ୍ଲାଟ ନଂ1263/9598,1263/9599ରେ1ଏକର17 ଦେଶମିଲ ଜାଗା ଓ ଖାତା ନଂ1433/1518ପ୍ଲାଟ ନଂ1264/9598/9984ରେ32 ଦେଶମିଲ ଜାଗା ଉପରେ କିଛି ସରକାରୀ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି ଙ୍କୁ ହାତକରି ଅସ୍ଥାୟୀ ଅନୁମତି ପାଇ ଏଠାରେ ଏକ କ୍ରସର ଇଉନିଟ ସ୍ଥାପନ କରି ଚାଲୁ କରୁଛି ଯାହାକୁ ନେଇ ଏହି ଦୁଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ କିନ୍ତୁ ଦୁଃଖର କଥା ଏମାନଙ୍କର ସମସ୍ୟାକୁ ଆଡେଇ ଦେଇ ପ୍ରଶାସନ ଅହେତୁକ ଅନୁକମ୍ପା ଦେଖାଉଛି ଏହି ସଂସ୍ଥାକୁ ଯେଉଁଠାରେ ଉକ୍ତ କ୍ରସର ଇଉନିଟ ରହିଛି ସେଠାରୁ100ମିଟର ମଧ୍ୟରେ ଅଛି ଶ୍ରୀମନ୍ତପୁର ଜନଜାତି ଙ୍କର ବସ୍ତି ଓ200ମିଟର ମଧ୍ୟରେ ଅଛି ନୂଆ କଷ୍ଟିପାଳ ଶବର ବସ୍ତି ତତ ସହିତ200ରୁ300ମିଟର ମଧ୍ୟରେ ଅଛି କଷ୍ଟିପାଳ ଉ ପ୍ରା ବିଦ୍ୟାଳୟ ଓ ବେଲମାଳିଆ ପୋଖରୀ ଯାହାକୁ ଏହି ଦୁଇ ଗ୍ରାମର ଲୋକମାନେ ଏହାର ପାଣିକୁଗାଧୋଇବା ଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି ସେହିପରି ଉକ୍ତ କ୍ରସର ଠାରୁ ପ୍ରାୟ10ମିଟର ମଧ୍ୟରେ ଉକ୍ତ ଗ୍ରାମର ଭୂମିହୀନ ମାନଙ୍କୁ ଗୁଣ୍ଠିକିଆ ପଟା ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ଯେଉଁମାନଙ୍କର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଅଛି କିନ୍ତୁ ଦୁଃଖର ବିଷୟ ଉକ୍ତ କ୍ରସର .

ଏଠାରେ ଦିନରାତି ଚାଲିବ ଫଳରେ ଶବ୍ଦ ପ୍ରଦୂଷଣ ଯୋଗୁ ନିକଟରେ ଥିବା ବିଦ୍ୟାଳୟରେ ଅଧ୍ୟାୟନ କୋମଳମତି ପିଲାମାନଙ୍କର ପାଠ ପଢା ରେ ପ୍ରତିବନ୍ଧକ ସାଜିଛି ସେହିପରି କ୍ରସର ରୁ ନିର୍ଗତ ପ୍ରଦ୍ୟୁସନ ଯୁକ୍ତ ଧୂଳି ଯୋଗୁ ଗ୍ରାମବାସୀ ଓ ସେମାନଂକର ଗୃହପାଳିତ ପଶୁ ଓ ପକ୍ଷୀ ମାନଙ୍କର ଖାଦ୍ୟପେୟ ରେ ଘୋର ଅନ୍ତରାୟ ସୃଷ୍ଟି ହୋଇଛି ଏହା ଦ୍ୱାରା ଏଠାକାର ଅଧିବାସୀ ମାନେ ବିଭିର୍ଣ ରୋଗରେ ଆକ୍ରାନ୍ତ ହୋଉଛନ୍ତି ତତ ସହିତଏଠାରେ ଗେଲ ଇଣ୍ଡିଆ କମ୍ପାନୀର ଯାଇଥିବା ଗ୍ୟାସ ପାଇପ ଲାଇନ ଠାରୁ40ମିଟର ମଧ୍ୟରେ ଭୟାନକ ବିସ୍ପୋରଣ କରାଯାଉ ଥିବାରୁ କେତେବେଳେ କଣ ଘଟିବ ତାହାକୁ ନେଇ ଦୁଇ ଗ୍ରାମବାସୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ସତେ ଯେପରି ଏଠାରେ ପ୍ରଶାସନଉକ୍ତ ସଂସ୍ଥାକୁ ଆହେଉକ ଅନୁକମ୍ପା ଦେଖାଇ ବସ୍ତିବାସିନ୍ଦା କୁ ଠେଲି ଦେଇଛି ମୃତ୍ୟୁ ଆଡକୁ ସେହିପରି ପାଖରେ ଥିବା ସରକାରୀ ଜାଗାରୁ ବେଆଇନ ଭାବରେ ଗ୍ରାନା ଇଟି ପଥର ଖନନ କରି ଚୋରରେ ଚାଲାଣ ମଧ୍ୟ କରୁଥିବାର ଜଣାଯାଇଛି ଦିନ ମଜୁରିଆ ଭାବରେ ନିଜର ପରିବାରକୁ ନେଇ ଦୀର୍ଘଦିନରୁ ଖୁସିରେ ବଞ୍ଚି ଥିବା ଏହି ଦୁଇଗ୍ରାମବାସି ଙ୍କର ଏହି ସମସ୍ୟାକୁ ପ୍ରଶାସନ ଅଣଦେଖା କରିବାରୁ ବାଧ୍ୟ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣାରେ ବସିଥିଲେ ଉକ୍ତ ଗ୍ରାମବାସୀ ଘଟଣା ସ୍ଥଳକୁ ସ୍ଥାନୀୟ ତହସିଲଦାର ଭଜନାନନ୍ଦ ସାହୁ ଅତିରିକ୍ତ ତହସିଲଦାର ଗୀତୁ ବେହେରା ଗଁଦିଆ ଓ ନିହଲପ୍ରସାଦ ଥାନା ଅଧିକାରୀ ଯାଇ ଧାରଣାରେ ବସିଥିବା ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ଓ ଆସନ୍ତା କାଲି19ତାରିଖରେ ଘଟଣା ସ୍ଥଳକୁ ନିହଲପ୍ରସାଦ ଓ ଲାଉଲାଇ ଯାଇ ମିଳିତ ଭାବେ ତଦନ୍ତ କରିବେ ବୋଲି ତହସିଲଦାର ପ୍ରତିସ୍ତୁତି ଦେଲାପରେ ଧାରଣରୁ ଗ୍ରାମବାସୀ ଓହରି ଯାଇଥିଲେ ଯଦି ଉକ୍ତ ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଏହି ଧାରଣ ଜାରି ରହିବ ବୋଲି ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କ ଠାରୁ ପ୍ରକାଶ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.