ନିଷ୍ଠା ଓ କଠୋର ପରିଶ୍ରମ ସଫଳତା ଦିଏ

ପୁରୀ(ନାଗରାଜ ନ୍ୟୁଜ), କଠୋର ପରିଶ୍ରମ ଓ ସମୟାନୁବର୍ତ୍ତିତା ସଫଳତା ର ମାର୍ଗକୁ ଛୁଇଁଥାଏ ବୋଲି ବକ୍ତା ମାନେ ଆହ୍ବାନ ଦେଇଛନ୍ତି।ଆଜି ଅପରାହ୍ନ ରେ ମାର୍କଣ୍ଡେଶ୍ୱର ସାହି ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ମାରକୀ ପୁରସ୍କାର ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ରଘୁନାଥ ମହାପାତ୍ର ସଭାପତିତ୍ୱ କରିବା ସହ ଜୀବନରେ ସଫଳତା ପାଇଁ କଠୋର ଅଧ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ନିଜ ପ୍ରତିଭାର ଉନ୍ମେଷ ଓ ଆଗ୍ରହ ଥିବା ବିଷୟ କୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ।ପିଲା ଟି ମଧ୍ୟରେ କଣ ରହିଛି ପିତାମାତା ଙ୍କ ଅପେକ୍ଷା ଗୁରୁଜୀ ମାନେ ଅଧିକ ଜାଣନ୍ତି।ତେଣୁ ନିଜ ଦକ୍ଷତା ର ଉପଯୋଗ କରିବାକୁ ସେ ଅନୁରୋଧ କରିଥିଲେ।ଅନ୍ୟତମ ଅତିଥି ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ ଶିକ୍ଷା ଓ ସଂସ୍କାର ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରାକ୍ତନ ପ୍ରଧାନଶିକ୍ଷୟତ୍ରୀ ରେଣୁକା ମିଶ୍ର,ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଓ ପୁରୀ ଡିଆଇଟିର ପ୍ରାକ୍ତନ ପ୍ରଶିକ୍ଷକ ଅବିନାଶ ରଥ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାର୍ଗଦର୍ଶନ କରାଇଥିଲେ।୩୭ ଜଣ ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କୃତ କରାଯାଇଥିଲା।ଶିକ୍ଷୟତ୍ରୀ ମନସ୍ୱନୀ ମିଶ୍ର ବାର୍ଷିକ ବିବରଣୀ ପାଠ, ସୁଜାତା ଧଳ ଓ ମଧୁମିତା ପ୍ରଧାନ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.