ସୋମନାଥଙ୍କ ପୀଠରେ ଏକାଠି ହେଲେ ସୋମନାଥ ପ୍ରେମୀ ଭକ୍ତ

ବାରଙ୍ଗ,(ନାଗରାଜ ନ୍ୟୁଜ): ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର ପରିସରରେ ଶ୍ରାବଣମାସର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ ଏକାଠି ହୋଇ ବାବା ସୋମନାଥଙ୍କର ଜୟଗାନ କରି ସୋମନାଥଙ୍କ ମହିମା ପ୍ରଚାର ସହ ବାନା ଟେକ ରହିବା ପାଇଁ ଆଲୋଚନା କରିଥିଲେ ।ଏହି ଅବସରରେ ସେନାର ସଭାପତି ତଥା ସାମ୍ବାଦିକ ଲିଙ୍ଗରାଜରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୟଜ୍ୟେଷ୍ଠ ମୁରବୀ ଅନ୍ତର୍ଯ୍ୟାମି କୁଅଁର ,ବାରଙ୍ଗଅଂଚଳର ଯୁବଶିଳ୍ପପତି ଡ.ଅର୍ଜ୍ଜନମହାରଣା,ଢାଉଆ ଗ୍ରାମ୍ୟକମିଟିର ସଭାପତି ସୁକାନ୍ତ ବେହେରା, ଯୁବ ଓକିଲ ସୁବ୍ରତମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ସୋମନାଥମନ୍ଦିର ମହିମା ପ୍ରଚାର ସହ ଉନ୍ନତି ପାଇଁ ସେନା ପକ୍ଷରୁ କରାଯାଉଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ ।ଏହାସହିତ ସେନାର ସଦସ୍ୟତା ଗ୍ରହଣ ଅଭିଯାନକୁ ବଢାଇ ପ୍ରତିଗ୍ରାମରେ ସୋମନାଥ ସେନାର ସଦସ୍ୟତା ରହିବା ଅବଶ୍ୟକତା ପ୍ରତି ଗୁରୁତ୍ୱ ଦେବାକୁ ଅତିଥିମାନେ ପ୍ରସ୍ଥାବ ଦେଇଥିଲେ । ଏହି ଅବସରରେ ଆମେରିକାରେ ଡକ୍ଟେରେଟ ପାଇ ବାରଙ୍ଗଅଂଚଳର ଗର୍ବ ଓ ଗୈାରବ ସାଜିଥିବା ଡ.ଅର୍ଜ୍ଜୁନମହାରଣାଙ୍କ ସମେତ ସୋମନାଥ ସେନାରେ ନୁଆକରି ଯୋଗଦେଇଥିବା ସାମ୍ବାଦିକ,ବ୍ୟବସାୟୀ, ପ୍ରଶାସକ, ଆଂଚଳିକନେତା,ମୁରବୀ ଆଦି ସଦସ୍ୟମାନଙ୍କୁ ସୋମନାଥଙ୍କ ଚରଣରେ ସମର୍ପିତ ହୋଇଥିବା ଉପଢୋକନ ଦେଇ ସମ୍ବର୍ଦ୍ଦନା କରାଯାଇଥିଲା ।ଶେଷରେ ସାମ୍ବାଦିକ ସୁକାନ୍ତରାଉତ ଧନ୍ୟବାଦ ଦେଇଥିଲେ ।ଏହି ଅବସରରେ ଜଗତକଲ୍ୟାଣ ପାଇଁ ସମବେତ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.