ବାତ୍ୟା ଅଞ୍ଚଳରେ ଦୁର୍ବିପାକର ମୁକାବିଲା


ଭୂବନେଶ୍ବର: ଟ୍ବିନ୍ ସିଟିର ଥିଁକେର୍ସ କ୍ଲବ ତରଫରୁ ଷଷ୍ଠତମ ଓବିନାର ୦୧.୦୮.୨୦୨୧ ତାରିଖ ରାତି ୮ଟାରେ ହୋଇଅଛି । ଏଥିରେ କ୍ଲୁବର ସଭାପତି ଶ୍ରୀ ବରଦା ପ୍ରସନ୍ନ ଦାସ, ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦେଶକ ବାତ୍ୟାର ବିଷୟରେ ସାମିୟକ ସୂଚନା ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଡ୍ର. ନନ୍ଦ ନନ୍ଦନ ଦାସ, ଅରିଜିନାଲ ଥିଁକେର ଓ ପୂର୍ବତନ ଶାସନ ସଚିବ ପୂର୍ତଙ୍କୁ ଏ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିବାକୁ ଆହ୍ୱାନ କରିଥିଲେ । ଡ୍ର. ଦାସ ମହା ବାତ୍ୟାରେ କଚ୍ଚା ଘର ଭାଙ୍ଗେ, ଗଛ ପଡି ରାସ୍ତା ଆବୋରଧ କରେ, ଇଲେକ୍ଟ୍ରିକ, ପାଣି ଯୋଗାଣ, କେବୁଲ ଟିଭି, ଚାଷ, ଜୀବନ ହାନି ଇତ୍ୟାଦି ହୁଏ ବୋଲି ଦର୍ଶାଇ ଥିଲେ । ମହାବାତ୍ୟାରେ ପ୍ରବଳ ବର୍ଷା ହେତୁ ବନ୍ୟା ହେବଆ ସହିତ ସମୁଦ୍ର ମଧ୍ୟ ମାଡିଆସେ । ସେ ଘର ଜଳପତନ ଠାରୁ ଉଚ୍ଚରେ କରିବା ଓ ଗୃହ ପାଳିତ ପଶୁ ମାନଙ୍କୁ ସୁବିଧାରେ ରଖିବା ପାଇଁ ସଠିକ ପ୍ରସ୍ତାବ ଦେଇଥିଲେ । ସେହିପରି ବାତ୍ୟା ଅଞ୍ଚଳରେ ଛୋଟ ଗଛ ଲଗାଇବା, ଫୋନ, କେବୁଲ, ପାଣି ଲାଇନ ଇତ୍ୟାଦି ମାଟିତଳେ ନେବା, ଟିଭି ଟାୱାର ପବନ ଗତିରୁ ତିନିଗୁଣା ଭାବେ ଡିଜାଇନ କରିବା, ଚାଷୀଙ୍କର ପାଇଁ ଚାଷ ଇନସୁରେନ୍ସ କରବା, ରାସ୍ତା ଉଚ୍ଚ କରିବା, ସମୁଦ୍ର ପଟ ରାସ୍ତା ଵିତପତି ସମୟର ପାଣି ପତନ ଠାରୁ ଉଚ୍ଚ କରିବାକୁ ସଠିକ ପରାମର୍ଶ ଦେଇଥିଲେ ।

ସେ ଦର୍ଶାଇ ଥିଲେ ଯେ ଏ ସବୁ ଠିକ ଭାବେ କଲେ, ବାତ୍ୟା ସମୟରେ ଏହା ପର୍ଯ୍ୟଟନସ୍ଥଳି ମଧ୍ୟ ହୋଇପାରିବ । ଏହା ପ୍ରତି ସରକାର ଦୃଷ୍ଟି ଦେଲେ ଏହା ସମ୍ଭବ । ଡ୍ର. ନନ୍ଦ ନନ୍ଦନ ଦାସ ଏପରି ପ୍ରସ୍ତାବ ପିପୁଲ୍ସ ଓ୍ବେଲେଫାୟାର ସଜେସନ ଫୋରମର ଚିଠି ନ ୩୬୦/ ୧୦.୦୬.୨୦୧୧ ଏସ ଆର ସିଙ୍କୁ (ଇମେଲ) ପଠାଇ ଥିବା ଦର୍ଶାଇ ଥିଲେ । ଉପସ୍ଥିତ ବ୍ୟକ୍ତିମାନେ ଏପରି ପ୍ରସ୍ତାବର ବହୁତ ପ୍ରଶଂସା କରିଥିଲେ । ଇଂ ବିଭୁଦତ୍ତ ମହାନ୍ତି ଓ ଇଂ ଶ୍ରୀନନ୍ଦନ ଦାସ ଯାନ୍ତ୍ରିକ ସହଯୋଗ କରିଥିଲେ । ଏ ସମାଲୋଚନାରେ ସରୋଜ କୁମାର ପଟନାଏକ, ଲଳିତ ପଟନାଏକ, ପ୍ରଫୁଲ ଦାସ, ଇଂ ସୀତାରାମ ବେହେରା, ପାଣ୍ଡବ ବେହେରା, ଡ୍ର. ନଗେନ୍ଦ୍ର ନାଥ ମିଶ୍ର, ଅନୁପମ ବୋଷ, ଇଂ ଜଗବନ୍ଧୁ ସରଙ୍ଗୀ, ରାଜ ନନ୍ଦନ ଦାସ, ଅମୀର ପ୍ରସାଦ ସାହୁ, ଡ୍ର. ସଚି ନନ୍ଦନ ଦାସ, ଧ୍ରୁବ ରାଏ, ଅନିତା ଦାସ, ହିତେଶ ମହାପାତ୍ର, ପୁର୍ଣିମା ମିତ୍ର ଦାସ, ପୁଲିନ ମହାପାତ୍ର, ଜପମାଲା ଦାସ, ମମତା ମଞ୍ଜରୀ, ନିମାଇଁ ଚରଣ ସ୍ୱାଇଁ, ସାଧନା ପତ୍ରୀ, ଉମା ଶଙ୍କର ସାହୁ, ଚୀନମୟ ମହାନ୍ତି, ଦଳି ରାଣୀ ବ୍ରହ୍ମା, ବାଣୀଭୁଷଣ ପ୍ରହରାଜ, ବିଭୁ ବୈଭବ କର, ବିନୋଦ ଚନ୍ଦ୍ର ମିଶ୍ର ଓ ବିପିନ ପଣ୍ଡା ଏହା ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଭାଗ ନେଇଥିଲେ ।

Leave a Reply

Your email address will not be published.