କରୋନା ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗୁଣ୍ଡିଚାପଡା ପଞ୍ଚାୟତ ସ୍ଥିତ ଶବର ବସ୍ତିରେ ଆଜି ଦନ୍ତ ସଂଜୀବନୀ ଟ୍ରଷ୍ଟ ଏବଂ ମିଶ୍ର ଲେଜର ଡେଣ୍ଟାଲ କ୍ଲିନିକ ତରଫରୁ କରୋନା ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ।

ଏଥିରେ ଡା. ରାୟମନ କୁମାର ମିଶ୍ର ଏବଂ ଡା. ସ୍ବାତି ସାହୁ ଙ୍କ ନେତୃତ୍ୱରେ ଗୁଣ୍ଡିଚାପଡ଼ା ସ୍ଥିତ ଶବର ବସ୍ତିର ଲୋକ ମାନଙ୍କୁ କରୋନା ସଚେତନତା ସହ ମାସ୍କର ବ୍ୟବହାର, ସାମାଜିକ ଦୂରତ୍ୱ, ସାନିଟାଇଜରର ବ୍ୟବହାର ଓ ଦନ୍ତ ସଫାର ସଠିକ ପ୍ରଣାଳୀ ବୁଝାଇବା ସହ କରୋନାରୁ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । କରୋନାର ଏହି କରାଳ ସମୟରେ ଲକଡାଉନ ହେତୁ ବହୁ ବସ୍ତି ବାସିନ୍ଦା ନିଜର ରୋଜଗାର ହରାଇ ପରିବାର ପ୍ରତିପୋଷଣ କରିବାକୁ ଅକ୍ଷମ ଥିବା ସମୟରେ ଡା. ମିଶ୍ର ସହଯୋଗର ହାତ ବଢାଇ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନିମା ଦାସ, ଚିନ୍ମୟ ମାଥ, ସ୍ୱରୂପା ସାହୁ, ଏବଂ ରଶ୍ମି ରଞ୍ଜନ ରାଉତ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ।

ଡା. ମିଶ୍ରଙ୍କର ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁ ବସ୍ତି ବାସିନ୍ଦା ଉପକୃତ ହେବା ସହ ତାଙ୍କର ଏହି ଜନ ସଚେତନତା ଆଗକୁ ଜାରି ରହିବା ବୋଲି କହିଛନ୍ତି ।

Leave a Reply

Your email address will not be published.