କଟକରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭସାଣୀ ଉତ୍ସବ

କଟକ,(ନାଗରାଜ ନ୍ୟୁଜ): ଆଜି କଟକରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭସାଣୀ ଉତ୍ସବ । ପାଖାପାଖି ୫ ଶହ ରୁ ଉର୍ଦ୍ଧ୍ବ ମେଢ ବିସର୍ଜନ ପାଇଁ ପ୍ରସ୍ତୁତି କରାଯାଇଛି ।ମୂର୍ତ୍ତି ଗୁଡ଼ିକ ବିସର୍ଜନ ପାଇଁ ୧୧ ଟି ଅସ୍ଥାୟୀ କୃତ୍ରିମ ପୋଖରୀ ର ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ ମୋଟ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରିଛି କମିଶନରେଟ ପୋଲିସ ।ଏଥିସହିତ କଟକ ର ସମସ୍ତ ଥାନା ର ଅଧିକାରୀ ଉପସ୍ଥିତ ରହିବା ସହ ୨ ଜଣ ଆଡିଶନାଲ ଡିସିପି ଙ୍କୁ ମଧ୍ୟ ମୁତୟନ କରାଯାଇଛି । ତେବେ ସକାଳୁ ବିଭିନ୍ନ ପୂଜା ପେଣ୍ଡାଲ୍ ରୁ ଗଜାନନ ଙ୍କ ପ୍ରତିମାକୁ ବାହାର କରାଯାଇ ଚେଚିସ୍ ,ଟ୍ରାକ୍ଟର, ଟ୍ରଲି ସହଯୋଗରେ ସାହି ପରିକ୍ରମା କରାଯାଇଛି। ପ୍ରଭୁ ଗଣେଶଙ୍କ ଭଷାଣୀ ପର୍ବରେ ପାରମ୍ପରିକ ବାଦ୍ୟଯନ୍ତ୍ର, ବ୍ୟାଣ୍ଡପାର୍ଟି,ଘଣ୍ଟ ଘଣ୍ଟା କୁ ସାମିଲ କରାଯାଇଛି। କ୍ଲବ୍ ଏବଂ ପୂଜା କମିଟିର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିଥିବାର ଏଯାବତ ସୂଚନା ମିଳିଛି। କୋଭିଡ୍ ର ଦୁଇବର୍ଷ ପରେ ପୂଜା ପାର୍ବଣ ବା ଭଷାଣ ପର୍ବକୁ ଉପଭୋଗ କରିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଭଷାଣୀ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟରେ ଭଷାଣୀ ଉତ୍ସବ ହେବ। ରାତି ୧୨ ଟା ପଯ୍ୟନ୍ତ ମୂର୍ତ୍ତି ବିସର୍ଜନ କାଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ପୀନାକ ମିଶ୍ର ।

Leave a Reply

Your email address will not be published.