ଧବଳେଶ୍ବର ଝୁଲା ପୋଲରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା

କଟକ,(ନାଗରାଜ ନ୍ୟୁଜ): ଧବଳେଶ୍ବର ଝୁଲା ପୋଲ ରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତମାନ ଝୁଲା ପୋଲ ଦୁର୍ବଳ ହେଉଥିବା ଯୋଗୁ ଲୋକ ସଂଖ୍ୟା 200କୁ ସୀମିତ କରାଯାଇଛି। ଆସନ୍ତାକାଲି ଗୋଟିଏ ଦିନ ପାଇଁ ପୋଲ ବନ୍ଦ ରହିବ ଓ ଟେକ୍ନିକାଲ ଟିମ୍ ଯାଞ୍ଚ କରିବେ। ଯଦି ଟେକ୍ନିକାଲରେ ଝୁଲା ପୋଲ ରେ କିଛି ତ୍ରୁଟି ଥାଏ ତେବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି। ପରେ ଭକ୍ତ ମାନଙ୍କ ପାଇଁ ଧବଳେଶ୍ଵର ଯିବା ଲାଗି ବିକଳ୍ପ ବ୍ଯବସ୍ଥା କରାଯିବା। ଗତକାଲି ଗୁଜୁରାଟ୍ ରେ ଝୁଲାପୋଲ ଭୁଶୁଡି ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ବହୁ ସଂଖ୍ୟାରେ ନଦୀରେ ଭାସି ଯାଇଥିବା ଜଣାପଡିଛି ‌। ଗୁଜୁରାଟ୍ ର ଦୁର୍ଘଟଣା ପରେ ସରକାର ଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Leave a Reply

Your email address will not be published.