ବଡମ୍ବାରେ ନିର୍ବାଚନୀ ହିଂସା

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ ଘଟିଯାଇଛି ନିର୍ବାଚନୀ ହିଂସା।ରତାପାଟ ଛକଠାରେ କିଛି ଦୁର୍ବୁତ୍ତ ସୁରେଶ କଅଁରଙ୍କର ଲୁଗା ଦୋକାନକୁ ପୋଡ଼ିଦେଇଥିବା ବେଳେ ମିହିର ପ୍ରଧାନଙ୍କର ମଧ୍ୟ ଏକ ଦୋକାନକୁ ପୋଡ଼ିଦେବା ସହ ମିହିର ପ୍ରଧାନଙ୍କର ଏକ ଟାଟା ଏସି ଗାଡିକୁ ଦୁର୍ବୁତ୍ତ ମାନେ ପୋଡ଼ି ଦେଇଛନ୍ତି । ଘଟଣା ସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛି । ଛକଠାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି ଏବଂ ଦୋକାନୀ ମାନେ ଭୟବିତ ଅବସ୍ଥାରେ ଅଛନ୍ତି ।ଏହା ଏକ ନିର୍ବାଚନୀ ହିଂସାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବଡମ୍ବା ଥାନା ଅଧିକାରୀ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

Leave a Reply

Your email address will not be published.