ରାଜପଥରେ ହାତୀପଲ

କଟକ,(ନାଗରାଜ ନ୍ୟୁଜ): ଜଙ୍ଗଲ ଛାଡି ଏବେ ଜନବସତି ମୂହାଁ ହାତୀପଲ । ୫୫ ନମ୍ବର ଜାତୀୟ ରାଜପଥର କୁସ୍ପଙ୍ଗି ଡିହସାହି ରାସ୍ତା ନିକଟରେ ହାତୀପଲ। ଭୟ ଓ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି ଯାତ୍ରୀ । କେଉଁ ପରିସ୍ଥିତିରେ ରାଜପଥ ଉପରକୁ ଆସି ପାରନ୍ତି ଏହି ହାତୀପଲ । ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତୀକୁ ଜଙ୍ଗଲ ମୂହାଁ କରି ଘଉଡାଇବାକୁ ଉଦ୍ୟମ କରୁଛନ୍ତି , ବନ କର୍ମଚାରୀ ହାତରେ ନିଆଁ ହୁଳା , ବାଣ , ସାଇରନ ମାରି ତଡିବାକୁ ଉଦ୍ୟମ କରୁଛନ୍ତି। ରାଜପଥରେ ରୁଣ୍ଡହୋଇ ଲୋକେ ମଧ୍ଯ ହାତୀପଲକୁ ଘଉଡାଉଛନ୍ତି । ମଝିରେ ହାତୀପଲ ଗୋଟିଏ ପଟେ ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀ ନିଜ ଏରିଆରୁ ହାତୀକୁ ଘଉଡାଇବାକୁ ଚଳାଇଛନ୍ତି ଉଦ୍ୟମ । ଏବେ ପ୍ରଶ୍ନ ଉଠୁଛି ଏବେ ହାତୀପଲ ଯିବେ କୁଆଡେ।

Leave a Reply

Your email address will not be published.