ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା କୋଭିଡ ସେଣ୍ଟର ଠାରେ ଜରୁରୀକାଳୀନ ଅଗ୍ନି ସୁରକ୍ଷା ତାଲିମ ପ୍ରଦାନ

ଢେଙ୍କାନାଳ: ଆଜି ଦେଓଗାଁ ପଞ୍ଚାୟତ ଅଧିନସ୍ଥ ଆଦର୍ଶ ବିଦ୍ୟାଳୟ ଠାରେ ପରିଚାଳିତ କୋଭିଡ କେୟାର ସେଣ୍ଟର ଠାରେ, ଗଁନ୍ଦିଆ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଆପ୍ପାତ କାଳୀନ ଅଗ୍ନି ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ପ୍ରଦାନ କରାଯାଉଥିବା ସ୍ଥାନକୁ ପ୍ରଥମେ ସାନିଟାଇଜ଼ କରାଯାଇ କୋଭିଡ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କୋଭିଡ ଗାଇଡ଼ ଲାଇନ ମାନି ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ସମୟରେରେ କୋଭିଡ ସେଣ୍ଟରରେ ଆପ୍ପାତ କାଳୀନ ଅଗ୍ନି କାଣ୍ଡ ସମୟରେ ଅଗ୍ନି କାଣ୍ଡକୁ ଆୟତ କରିବ ସହ, ରୋଗୀ ମାନଙ୍କୁ କିଭଳି ସୁରକ୍ଷିତ ସ୍ଥାନାତରଣ କରିହେବ ସେନେଇ ସେମାନଙ୍କ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଁନ୍ଦିଆ ଅଗ୍ନିଶମ କର୍ମଚାରୀଙ୍କ ସହ ମେଡିକାଲ ଅଫିସର ଡ଼. ମିହିର କୁମାର ପ୍ରଦାନ କୋଭିଡ ସେଣ୍ଟରରେ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟବସ୍ଥା ବୁଝାଇବା ସହ କୋଭିଡ କେୟାର ସେଣ୍ଟର ଦାଇତ୍ୱରେ ଥିବା କର୍ମଚାରୀଙ୍କ ସହ ସେଣ୍ଟରର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ । ଏଥିସହ ଡିସ୍ଚାର୍ଜ ହେଉଥିବା ରୋଗୀ ମାନେ ଘରେ କିଭଳି ଭାବରେ ସେମାନଙ୍କର ଯତ୍ନ ନେବେ ସେନେଇ ସେମାନଙ୍କୁ ସଚେତନ କରାଇଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

 

 

Leave a Reply

Your email address will not be published.