ସାମ୍ବାଦିକ ସମ୍ମିଳନୀ ଡାକିଲେ ଇଂ ରାଜେଶ ମହାକୁଡ଼

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ୫ ନମ୍ବର ଜୋନର ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାଜେଶ ମହାକୁଡ଼ ବହୁ ସଂଗ୍ରାମ ପରେ ମାତ୍ର ଅଳ୍ପ କେଇଖଣ୍ଡ ଭୋଟ ବ୍ଯବଧାନରେ ବିଜେଡି ପ୍ରାର୍ଥୀ ମାନସ ଦାଶଙ୍କ ଠାରୁ ପରାଜିତ ବରଣକଲେ । ସେହି ପରିପ୍ରେକ୍ଷୀରେ ଶ୍ରୀ ମହାକୁଡ଼ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଉକ୍ତ ସମ୍ମିଳନୀ ଆଜି ଅର୍ଥାତ୍ ତା ୧୩/୩/୨୨ ରିଖ ଅପରାହ୍ନ ଘ ୩.୩୦ ମି. ସମୟରେ ୫ ନଂ ଜୋନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଦେଉଳି ଠାରେ ଅନୁଷ୍ଠିତ ହେବ । ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପସ୍ଥିତ ରହି ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଇଂ. ରାଜେଶ ମୋହାକୁଡ । କେଉଁ ବିଷୟରେ ଆଲୋଚନା ହେବ ଜଣାପଡି ନଥିଲେ ମଧ୍ୟ ପରାଜିତ ହେବାର କାରଣ ସମ୍ବନ୍ଧରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଇଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.