ଲୁଟ ଘଟଣାର ପର୍ଦ୍ଧାଫାଶ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ସିରିଏଲ ଲୁଟ ଘଟଣା ପୋଲିସ ଆଖିରୁ ନିଦ ହଜେଇ ଦେଇଥିଲା । ଲୁଟ ଘଟଣା ପରେ ଲୋକେ ସଂନ୍ଧ୍ୟା ହେଲେ ରାସ୍ତାରେ ଯିବାକୁ ଭୟ କରୁଥିଲେ । ହେଲେ ପୋଲିସ ଏହାକୁ ଏକ ଚାଲେଞ୍ଜ ଭାବି ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ‌ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ୬ଟି ବାଇକ, ଦୁଇଟି ବନ୍ଧୁକ, ଭୁଜାଲି, ୩ଟି ଗୁଳି ଓ ୬ଟି ମୋବାଇଲ ଫୋନ ଜବତ କରିବା ସହିତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଖବର ନେବାରୁ ଜଣାଯାଇଛିଯେ, ଗତ ୧୮ତାରିଖ ଦିନ କୁତ୍ରା ପୁରୁଣା ପାଣି କିନାଲି ଟୁଙ୍ଗୁରୀ ରାସ୍ତାରେ ସିରିଏଲ୍ ଲୁଟ୍ କରି ସଞ୍ଜୟ ଲଗୁନ୍‌ର ଦୁଇଚକିଆ ଯାନ ଓ କିଛି ଟଙ୍କା ଲୁଟି ନେଇଥିଲେ ।

କିଛି ସମୟ ପରେ ପୁଣି ସେହି ସ୍ଥାନରେ ଗଡପୋଷ ପିଣ୍ଡାପଥର ଗ୍ରାମର ଦୁତିଆବାଗ୍ ରାଜଗାଙ୍ଗପୁରରୁ ନିଜ ଘରକୁ ଫେରୁଥିବା ବେଳେ ପିସ୍ତଲ ଦେଖାଇ ମଟର ସାଇକେଲ ଏବଂ ଟଙ୍କା ଛଡ଼ାଇ ନେଇଥିଲେ । ପୁଣି କିଛି ସମୟ ପରେ ସେହି ଠାରେ ବାଇଲମା ଗ୍ରାମର‌ ରାଜେଶ କିଣ୍ଡୋ କୁତ୍ରା ହସ୍ପିଟାଲକୁ ଯାଉଥିବା ବେଳେ ତାଙ୍କ ପାଖରେ ଥିବା ୬ହଜାର ୭୦୦ଟଙ୍କା ଏବଂ ମଟରସାଇକେଲ ଲୁଟି ନେଇଥିଲେ । ୧୯ତାରିଖ ଦିନ ଲୁଟ ଶିକାର ହୋଇଥିବା ୩ଜଣ ଯାକ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ କୁତ୍ରା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିରଙ୍ଗାଟୋଲି ବିଛା ପଡ଼ାର ମନୀଲ ରୋହିଦାସ, କେନ୍ଦେଇମୁଣ୍ଡାର ରୋହିତ କହର, ସୁନନ୍ଦା ସାହୁ, ରାଉରକେଲା ଝିରପାଣିର ଭୁବନ ସୋରେନ୍ ଓ ସଞ୍ଜୟ ତାଣ୍ଡିଆକୁ ଗିରଫ ଗତକାଲି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published.