ମହଙ୍ଗା ପଡିଲା ଫେସବୁକ୍ ପ୍ରେମ, ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ମାଡ ଖାଇଲେ ଯୁବକ

ବାଲେଶ୍ବର, (ନାଗରାଜ ନ୍ଯୁଜ୍‌): ମହଙ୍ଗା ପଡିଲା ଫେସବୁକ୍ ପ୍ରେମ । ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲରେ ମାଡ ଖାଇଲେ ଯୁବକ । ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦେଖିବାକୁ ମିଳିଥିଲା । ଖବର ସଂଗ୍ରହରୁ ଜଣାଯାଇଛି ଯେ ଖଇରା ବ୍ଲକ୍ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସବୁକରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ ।

ମହିଳାଙ୍କ ବାରଣ ସତ୍ବେ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ କରି ଅଶ୍ଳୀଳ କଥା କହୁଥିଲେ । ଯୁବକ ଜଣଙ୍କୁ ପାନେ ଦେବା ପାଇଁ ମହିଳା ଜଣକ ବିଭିନ୍ନ ଆଳ ଦେଖାଇ ଫୋନ କରି ଶେରଗଡ ଟୁଲ୍ ଗେଟ୍ ନିକଟକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣକ ୧୬ ନଂ ଜାତୀୟ ରାଜପଥ କଡରେ ଚପଲରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published.