କଟକରୁ ନକଲି ସର୍ଫ୍ ଜବତ

କଟକ, (ନାଗରାଜ ନ୍ୟୁଜ): ଚା ପତି,ମସଲା,ଘିଅ ପରେ ଏବେ ସର୍ଫ ବି ନକଲି । କଟକରୁ ଧରା ହୋଇଛି କେଜି କେଜି ନକଲି ସର୍ଫ୍। ମାଲଗୋଦାମ ଥାନା ଅଞ୍ଚଳରେ ଚାଲୁଥିବା ସର୍ଫ୍ କମ୍ପାନୀ ଉପରେ ରେଡ୍ କରିଛି ମାଲଗୋଦାମ ଥାନା ପୋଲିସ୍ । ଏପରିକି ସଦର ଥାନା ଅନ୍ତର୍ଗତ ଖଣ୍ଡାଏତା ଏବଂ ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଅଞ୍ଚଳରେ ଏହି କମ୍ପାନୀର ମାନୁଫ୍ୟାକଚିରିଂ ୟୁନିଟ ଚାଲିଥିଲା। ଉକ୍ତ କମ୍ପାନୀ ଉପରେ ରେଡ୍ ହେଲା ପରେ ଏହା ବେଆଇନ ଏବଂ ନକଲି ବୋଲି ଜାଣିବାକୁ ପାଇଥିଲା ପୋଲିସ। ପରେ ମାଲଗୋଦାମ ଅଞ୍ଚଳରେ ଏହି କମ୍ପାନୀ ଉପରେ ଅତର୍କିତ ରେଡ୍ କରି ବିପୁଳ ପରିମାଣର ସର୍ଫ ସାମଗ୍ରୀ,ନକଲି ଜରି ସହ ଅନ୍ଯ ସାମଗ୍ରୀକୁ ଜବତ କରାଯାଇଛି। ତେବେ ସର୍ଫ୍ ଏକ୍ସେଲ୍ ବ୍ରାଣ୍ଡ୍ କମ୍ପାନୀ ନା ରେ ବେଧଡକ ବେପାର ଚାଲୁଥିଲା। ଆଉ କଟକ ସମେତ ଅନ୍ଯ ଜିଲ୍ଲାକୁ ଏସି ସର୍ଫ୍ ପଠା ଯାଇ କମ୍ ଦାମ୍ ରେ ବିକ୍ରି କରାଯାଉଥିଲା। ଏ ନେଇ ପୋଲିସ ତରଫରୁ ମାଲଗୋଦାମ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ଏଥିସହିତ ଅନ୍ୟ ସହଯୋଗୀ ଫେରାର ହୋଇଥିବା ଖବର ପାଇଥିବା ବେଳେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ। ତେବେ କେଉଁ କେଉଁ ସ୍ଥାନରେ ଏହି ନକଲି ସର୍ଫ୍ ବିକ୍ରି କରାଯାଇଛି ସେସବୁର ତଦନ୍ତ ଜାରି ରହିଥିବା ଏକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଜୋନ୍-୧ ଏ ସି ପି ଶୁଭ ନାରାୟଣ ମୁଦୁଲି ।

Leave a Reply

Your email address will not be published.