ନିଖୋଜ ଯୁବକଙ୍କ ମୃତଦେହ ଠାବ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟ ପଥରଖଣି ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆଠଗଡ ବିରକିଶୋର ପୁରର ସୂର୍ଯ୍ୟ ତ୍ରିପାଠୀ ଗତ ୨୮ ତାରିଖରୁ ନିଖୋଜ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସକାଳେ ଢେଙ୍କାନାଳ ସଦର ଥାନା ପଦ୍ମନାଭପୁର ଗ୍ରାମ ନିକଟ ପଥର ଖଣି ନିକଟରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ମୃତ ଦେହଟି ଆଠଗଡ଼ ବିରକିଶୋରପୁର ଗ୍ରାମର ସୂର୍ଯ୍ୟ ତ୍ରିପାଠୀ ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି।ଗତ ୨୮ ତାରିଖ ଦିନ ସାଢେ଼ ତିନିଟା ସମୟରେ ଢେଙ୍କାନାଳରେ ଏକ ଗୃହ ପ୍ରବେଶ ଭୋଜିରେ ଯୋଗ ଦେଇ ସୂର୍ଯ୍ୟ ଘରକୁ ଫେରୁଥିଲେ। ହେଲେ ସେ ଘରେ ପହଞ୍ଚି ନଥିଲେ। ପରିବାର ଓ ବନ୍ଧୁମାନେ ଖୋଜାଖୋଜି କରିବା ପରେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ତାଙ୍କ ମୋବାଇଲ ସୁଇଚଅପ ଆସୁଥିଲା। ସେ ଢେଙ୍କାନାଳରେ ଏକ ଇଣ୍ଟରନେଟ କମ୍ପାନୀ ଚଳାଇଥିଲେ। ତେବେ କିଛି ଲୋକ ତାଙ୍କ ପରିବାରକୁ ପୁଅକୁ ଖୋଜିବା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲେ। ତେଣୁ ସେମାନେ ତାଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ଆଜି ସୂର୍ଯ୍ୟଙ୍କ ମୃତଦେହ ଉଦ୍ଧାର ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ସମସ୍ତ ଦିଗ ପ୍ରତି ନଜର ତଦନ୍ତ କରାଯିବ ବୋଲି ଢେଙ୍କାନାଳ ଏସ ପି ପ୍ରକାଶ କରିଛନ୍ତ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.