ବିଜୟ ଲକ୍ଷ୍ମୀ ମହାନ୍ତିଙ୍କ ଘରେ ଅଗ୍ନିକାଣ୍ଡ

କଟକ,(ନାଗରାଜ ନ୍ୟୁଜ): ଆଜି ସକାଳେ ଯୋବ୍ରା ନୁଆସାହି ଠାରେ ବିଜୟ ଲକ୍ଷ୍ମୀ ମହାନ୍ତି ଙ୍କ କୋଠା ଘରେ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ର ଆସବାବ ପତ୍ର ପୋଡି ପଉଁଶ ହୋଇଯାଇଛି l ଅଗ୍ନିକାଣ୍ଡ ରେ କେହି ଆହତ ହୋଇନଥିବାର ସୂଚନା ମିଳିଛି l ଘଟଣା ରୁ ଜଣା ପଡ଼ିଛି ସକାଳେ ପରିବାର ଲୋକ ଦୀପଜାଳି ପୂଜା କରିବା ସମୟ ରେ ଏହି ଅଗ୍ନିକାଣ୍ଡ ଘଟିଛି, ଘରୁ ଧୂଆଁ ବାହାରିବାର ଦେଖି ପରିବାର ଲୋକେ ଏବଂ ସ୍ଥାନୀୟ ଅଂଚଳ ବାସୀ ଦମକଳ ବାହିନୀ କୁ ଖବର ଦେଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ନିଆଁ କୁ ଆୟତ କରିଥିଲେ l ନିଆଁ ଯେପରି ଅନ୍ୟ ଘରକୁ ଣ ବ୍ୟାପେ ସେଥିପ୍ରତି ଦମକଳ ବାହିନୀ ସତର୍କତା ସହ ନିଆଁ କୁ ଆୟତ କରିଥିଲେ l ଧୂଆଁ ଦେଖି ସ୍ଥାନୀୟ ଅଂଚଳ ବାସୀ ମାନେ ଭୟଭୀତ ହୋଇପଡିଥିଲେ l 2 ଟି ଦମକଳ ଗାଡି ଏବଂ 11ଜଣ ଅଗ୍ନିଶମ କର୍ମଚାରୀ ନିଆଁ କୁ ଆୟତ କରିବା ପାଇଁ ଲାଗିପଡ଼ିଥିଲେ l ପରିବାର ଲୋକ ଙ୍କ ଅସାବଧାନତା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଅଂଚଳ ବାସୀ ମାନେ ଅଭିଯୋଗ କରିଛନ୍ତି l ପୁରୀ ଅଘଟଣ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ କୋଠା ଘରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି l ଯୋବ୍ରା ନୁଆସାହି ଅଗ୍ନିକାଣ୍ଡ ଫଳରେ ଘର ର ବାସନ କୁଶନ, ଚୈର, ଟେବୁଲ, ଆଲମିରା ପ୍ରଭୃତି ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି l

Leave a Reply

Your email address will not be published.