ପ୍ରଥମେ ଇଞ୍ଜିନିଅର, ଆଇନଜୀବୀ ଏବଂ ଶେଷରେ ରାଜନୀତି

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବର୍ତ୍ତମାନ ରାଜ୍ୟରେ ଚାଲିଛି ନିର୍ବାଚନ ଋତୁ । ବିଭିନ୍ନ ସମୟରେ ଦଳବଦଳ ପ୍ରକ୍ରିୟା ଜାରୀ ରହିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ଗ୍ରାମ ପଞ୍ଚାୟତ ଲଙ୍ଗଳେଶ୍ୱର ଗ୍ରାମରେ ଥିବା ଇଞ୍ଜିନିଅର ଅଜିତ କୁମାର ପଟ୍ଟାୟତ ଇଞ୍ଜିନିଅର ହେବାପରେ ପ୍ରଥମେ ହାଇଦ୍ରାବାଦରେ ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଥିଲେ । ଵର୍ତ୍ତମାନ ସେ ତୃତୀୟ ବର୍ଷ ଓକିଲାତି ଛାତ୍ର । ଏବେ ପାଠ ପଢିବା ସହିତ ରାଜନୀତିକୁ କରିଛନ୍ତି ଆପଣାର । ବଣିଆଡିହା ଗ୍ରାମ ପଞ୍ଚାୟତରୁ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରି ଭୋଟ ଆଶାରେ ପ୍ରଚାର ପ୍ରସାର କରିବାକୁ ଘରକୁ ଘର ବୋଲି ଭୋଟ ଭିକ୍ଷା କରୁଛନ୍ତି । ଅଜିତ ବାବୁ ତାଙ୍କର କିଛି ସମର୍ଥକଙ୍କୁ ଧରି କେମ୍ପନିଙ୍ଗ କରୁଛନ୍ତି । ଉଚ୍ଚଶିକ୍ଷିତ ହୋଇ ଚାକିରୀ ଛାଡି ରାଜନୀତିକୁ ପେସା ଭାବରେ ଆପଣାଇଛନ୍ତି ।

Leave a Reply

Your email address will not be published.