ସରକାରୀ ନଳକୂଅକୁ ଜୋରଜବରଦସ୍ତ ଦଖଲ, ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ,, ଜୋରଜବରଦସ୍ତ ନଳକୂପ କୁ ବାଡ଼ ବସାଇ, ପାନୀୟ ଜଳରୁ ବଞ୍ଚିତ ରଖୁଛନ୍ତି ଗ୍ରାମବାସୀଙ୍କୁ, ପଚାରିଲେ ଦେଖାଉଛନ୍ତି ଦବଙ୍ଗ ଗିରି,ପାନୀୟ ଜଳ ପାଇଁ ଏପଟେ ସରପଞ୍ଚ ଠୁଁ ଆରମ୍ଭ କରି ,ନୀଳଗିରି ଉପଜିଲ୍ଲାପାଳ, ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ବି, ହୋଇପାରିଲାନି ସମାଧାନ, ଶେଷରେ ନ୍ୟାୟ ପାଇଁ ନୀଳଗିରି ତହସିଲଦାର ଙ୍କୁ ଅଭିଯୋଗ ପତ୍ର ଦାୟର କରିଛନ୍ତି,ଘଟଣା ଟି ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ, ବାଉଁଶ ବଣିଆ ପଂଚାୟତ ଢୋଲପୁର ଗ୍ରାମର ଫକୀର ସିଂ, ମହେଶ୍ୱର ସିଂ, ଅଭିମନ୍ୟୁ ସିଂ ଘର ପାଖରେ ଆଜକୁ ଆଠ ରୁ ଦଶ ବର୍ଷ ହେଲା ଗ୍ରାମରେ, ପାନୀୟ ଜଳ ର ଅଭାବ କୁ ଦୂରୀଭୂତ କରିବା ପାଇଁ,ବିଧାୟକ ପାଣ୍ଠି ରୁ ଏକ ନଳକୂଅ ଖନନ ହୋଇଥିଲା, ଯାହା ଦ୍ୱାରା ଲୋକ ମାନେ ପାନୀୟ ଜଳ ବ୍ୟବହାର କରିପାରୁଥିଲେ,,କିନ୍ତୁ ଜୋରଜବରଦସ୍ତ ଉକ୍ତ ଜଗା ଶହ ନଳକୂଅ କୁ ଦଖଲ କରିବା ଯୋଗୁଁ, ପାନୀୟ ଜଳରୁ ବଞ୍ଚିତ ରହୁଛନ୍ତି ଗ୍ରାମବାସି,,ତେଣୁ ଆଜି ଉକ୍ତ ଗ୍ରାମ ର ୱାର୍ଡ ମେମ୍ବର ନାରାୟଣ ଟୁଡୁ, ସମେତ ସୁମତିମଣି ସିଂ,ଲିଲି ସିଂ, ରଂଜିତା ସିଂ, ରମାକାନ୍ତ ସିଂ,ପ୍ରଭାତୀ ସିଂ, ଶିଵ ସିଂ, ଶ୍ରଦ୍ଧାଞ୍ଜଳି ସିଂ,ପ୍ରତାପ ସିଂ, ଶସ୍ମିତା ସିଂ,ରାଜେଶ ସିଂ, ରମେଶଚନ୍ଦ୍ର ସିଂ,ରବୀନ୍ଦ୍ର ସିଂ ଙ୍କ ଶହ ତିରିଶ ରୁ ଉର୍ଦ୍ଧ ଲୋକ, ନିଜର ନ୍ୟାୟ ପାଇଁ ନୀଳଗିରି ତହସିଲଦାର ଙ୍କୁ, ଲିଖିତ ଅଭିଯୋଗ କରିଥିଲେ .

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.