ଗୋଟିଏ ସପ୍ତାହରେ ୪ଟି ଜଣଶୁଣାଣୀ, ଡାଲମିଆ ସିମେଣ୍ଟ କାରଖାନାକୁ ଜନସାଧାରଣଙ୍କ ଘୋର ବିରୋଧ

ସୁନ୍ଦରଗଡ, (ନାଗରାଜ ନ୍ଯୁଜ): ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବ୍ଳକରେ ଗୋଟିଏ ସପ୍ତାହରେ ଦୁଇଟି କାରଖାନାର ୪ଟି ଜଣଶୁଣାଣୀକୁ ଲୋକେ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ରାଜଗାଙ୍ଗପୁର ବ୍ଳକର କୁକୁଡ଼ା ପଞ୍ଚାୟତ ଏବଂ ଅଣ୍ଡା ପଞ୍ଚାୟତରେ ଓସିଏଲ କାରଖାନାର ଲାଞ୍ଜିବେର୍ଣା ଚୁନଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀର ଆୟୋଜନ କରାଯାଇଥିଲା‌ ।

କୁକୁଡ଼ା ଏବଂ ଅଲଣ୍ଡା ପଞ୍ଚାୟତର ଜନସାଧାରଣ ଏହି ଜନଶୁଣାଣୀକୁ ଘୋର ବିରୋଧ କରି ରାସ୍ତାରେ ଗଛକାଟି ରାସ୍ତା ଅବରୋଧ କରିବା ସହିତ କାହାରିକୁ ଭିତରକୁ ପଶିବାକୁ ଦେଇନଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଭିତରକୁ ଛାଡ଼ି ନଥିଲେ । ସେହିପରି ୨୫ ତାରଖ ଦିନ ଏହି କାରଖାନାର ଜନଶୁଣାଣୀ କେଶ୍ରାମାଲ ଏବଂ ଝଗଡପୁର ପଞ୍ଚାୟତରେ ଜନଶୁଣାଣୀ ରଖାଯାଇଥିଲା ।

ଏଥିପାଇଁ ପ୍ରଶାସନ ପକ୍ଷରୁ ୧୨ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଜନଶୁଣାଣୀ ସକାଳ ୧୦ଟା ବେଳକୁ ଥିବା ବେଳେ କେତେକ ଦଲାଲ ମାନଙ୍କ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ ଅସାଧୁ ଉପାୟ ଅବଲମ୍ବନ କରି ମଧ୍ୟ ରାତିରେ ବାହାର ଲୋକଙ୍କୁ ହାତ ଗୁଞ୍ଜା ଦେଇ ଜନଶୁଣାଣୀରେ ସାମିଲ କରିଥିଲେ । ପ୍ରକୃତ ହିତାଧିକାରୀ ଜନଶୁଣାଣୀକୁ ବିରୋଧ କରିଥିବାବେଳେ ଭଡାଟିଆମାନେ କମ୍ପାନୀକୁ ସ୍ଵାଗତ କରିଥିଲେ ।

ସେହିପରି କୁତ୍ରା ବ୍ଳକର ଖତକୁରବାହାଲ ଏବଂ ଫଲସାକାନୀ ଠାରେ ଗତ ୨୪ତାରିଖ ଦିନ ଏହି ବ୍ଳକର ଶିବାସିମେଣ୍ଟ (ଜି ଏସ ଡବ୍ଳୁ) କାରଖାନାର ଜନଶୁଣାଣୀର ଆୟୋଜନ କରାଯାଇଥିବାବେଳେ ଜନ ସାଧାରଣ ଘୋର ବିରୋଧ କରିଥିଲେ ।

ପୁଣି ଏହି କାରଖାନା ୨୬ ତାରିଖ ଦିନ ତଜଲିଘଣା ଆମ୍ବ ବଗିଚା ଠାରେ ପୁଣି ଜନଶୁଣାଣୀ କରିଥିବାବେଳେ ଅଶି ଭାଗ ଲୋକ କମ୍ପାନୀକୁ ବିରୋଧ କରିଥିଲେ । ଅନ୍ୟ ପକ୍ଷରେ ଜିଏସଡବ୍ଳୁ କର୍ତ୍ତୃପକ୍ଷ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଣଦେଖା କରି ଜଣେ ମାତ୍ର ଖବରକାଗଜ ସାମ୍ବାଦିକ (ଏଜେଣ୍ଟ)କୁ ଗୁରୁତ୍ବ ଦେଇ କମ୍ପାନୀ ବାବା ନେଉଥିବାରୁ ସାମ୍ବାଦିକ ସହରରେ ଘୋର ଅସନ୍ତୋଷ ଦେଖାଦେଇଛି । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ କମ୍ପାନୀ କର୍ତ୍ତୃପକ୍ଷଙ୍କ‌ ହାତବାରିସୀ ସାଜି ନିଜର କାର୍ଯ୍ୟ ହାସଲ କରିବାରେ ବ୍ୟସ୍ତ ଥିବାରୁ ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.