ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ପୁରିଧାମ ରୋଟାରୀ କ୍ଲବ ଚିଲଡ୍ରେନ ହୋମ ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଦିଷ୍ଟ୍ରିକ ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ।  ଅନ୍ୟ ଅତିଥି ଭାବରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ସଂଜୟଲାଲ ବୋଷ, ପ୍ରେସିଡେଣ୍ଟ ମନୋଜ ପାଣିଗ୍ରାହୀ, ସେକ୍ରେଟାରୀ ହରିହର ଗୁରୁ ଯୋଗଦାନ କରିଥିଲେ । ଏହି ଉତ୍ସବରେ ରବିନାରାୟଣ ସାହୁ ମଂଚ ପରିଚାଳନା କରିଥିଲେ । ଶେଷରେ ବନ୍ଦିତା ସାହୁ ଧନ୍ୟବାଦ ଆର୍ପଣ କରିଥିଲେ । ପରେ ସମସ୍ତ ବନ୍ଧୁମାନେ ଏକତ୍ରିତ ହୋଇ ରାତ୍ରି ଭୋଜନ କରିଥିଲେ ।

Leave a Reply

Your email address will not be published.