ବେଗା ଗ୍ରାମରେ ଗଣପତିଙ୍କର ନୂତନ ବିଗ୍ରହ ଓ ଗୃହ ପ୍ରତିଷ୍ଠା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ବେଗା ଗ୍ରାମ ପଞ୍ଚାୟତର ବେଗା ଗ୍ରାମରେ ଚଳିତ ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ଦିନରେ ଶ୍ରୀ ଗଣେଶ ମହାପ୍ରଭୁଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଓ ନୂତନ ମନ୍ଦିରର ଭୂମିପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରାତଃ ସାତ ଘଣ୍ଟିକା ସମୟରେ ଗ୍ରାମର ମହିଳା ମାନଙ୍କୁ ନେଇ କଳସ ଯାତ୍ରା ନଅ ଘଣ୍ଟିକାରେ ସୂର୍ଯ୍ୟ ପୂଜା ଦଶ ଘଣ୍ଟିକାରେ ଗୋ ପୂଜା ଏଗାର ଘଣ୍ଟିକାରେ ଜଜ୍ଞମଣ୍ଡପ ପୂଜା ମଧ୍ୟାହ୍ନ ଏକ ଘଣ୍ଟିକାରେ ଗ୍ରାମ ଭ୍ରମଣ ଦୁଇ ଘଣ୍ଟିକାରେ ଶ୍ରୀ ଗଜାନନଙ୍କର ପ୍ରାଣ ପ୍ରତିଷ୍ଠା ନ୍ୟାସ , ଅପରାହ୍ନ ତିନିଟାରେ ଗଣେଶ ମନ୍ଦିର ପୂଜା ଓ ନୂତନ ଭୂମି ପୂଜନ । ସର୍ବଶେଷରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 

ଏହି ମହତ କାର୍ଯ୍ୟରେ ବେଗା ଗ୍ରାମର ଗ୍ରାମବାସୀମାନଙ୍କ ସହିତ ବହୁ ଦୁରଦୁରାନ୍ତର ଭକ୍ତମାନେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହିତ ଭଗବାନଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ।

Leave a Reply

Your email address will not be published.