ମା’ ଭଗବତୀଙ୍କ ମକର ମେଳା ନିମନ୍ତେ ଘଟ ଉତ୍ତୋଳନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତର ପଣ୍ତରୁଙ୍ଗୀ ଗ୍ରାମରେ ମା ଭଗବତୀଙ୍କ ମକର ମେଳା ପାଇଁ ଘଟୋ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜାକମିଟିର ସଭାପତି ପିତାମ୍ବର ଦାସ ଓ ପୂଜକ ଭଗବାନ ପଣ୍ଡାଙ୍କ ସମେତ ଦାମୋଦର ଦାସ, ସୁଦାମ ଦାସ, ସୃଷ୍ଟିଧର ଦାସ, ନିଳାମ୍ବର ଦାସ, ନଲିନ ଦାସ, ଦିଲ୍ଲୀପ ସାହୁ, କୁନାଲ ରାଉଳ, ପ୍ରଦୀପ ପଣ୍ତା, ପ୍ରଶନ୍ନ ସେନାପତି, ସୃଷ୍ଟିଧର ଯେନା, ଯୁବ ସମାଜସେବୀ ହିମାଶୁଂ ଯେନା, ରମାକାନ୍ତ ମିଶ୍ର, ପ୍ରିୟନାଥ ପରିଡା, ଶଚିନ୍ଦ୍ର ନାଥ ସାହୁ ପ୍ରମୁଖ ବହୁ ମେମ୍ବର ଉପସ୍ଥିତ ଥିଲେ । ଏହି ମକର ମେଳା ଦିର୍ଘ ୧୫ ଦିନରୁ ଉର୍ଦ୍ଧ ଦିନ ଧରି ଚାଲେ । ଆସନ୍ତା ୨୬ ତାରିଖରୁ ଯଜ୍ଞ ଆରମ୍ଭ ହେବ । ପ୍ରତ୍ୟେକ ଦିନ ରାତ୍ରିରେ ପାଲା, ଦାସକାଠିଆ ଓ ଯାତ୍ରା ହେବ ବୋଲି କମିଟିର ସଭାପତି ପିତାମ୍ବର ଦାସ ପ୍ରକାଶ କରିଛନ୍ତି । ପ୍ରାୟ ୨୦୦ଶହ ବର୍ଷରୁ ଉର୍ଦ୍ଧ ଏହି ମେଳା । ଏହା ପୁରୁଷାନୁକ୍ରମେ ହୋଇ ଆସୁଥିବାର କମିଟି ମେମ୍ବରମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.