ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଦାନ୍ୟ ବ୍ୟକ୍ତିଙ୍କ ‘ଦୟଣା ଗଛ’ ଦାନ

ପୁରୀ, (ନାଗରାଜ ନ୍ୟୁଜ): ଭୁବନେଶ୍ୱରର ବିଶ୍ୱାସ ରଏ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ୩୦୦୦ ‘ଦୟଣା ଗଛ’ ଦାନ କରିଛନ୍ତି । ଏହି ଦୟଣା ଗଛ ଗୁଡିକୁ ଶ୍ରୀମନ୍ଦିର ଭକ୍ତ ନିବାସର ସହକାରୀ ମ୍ୟାନେଜର  ଅରୁଣ ପାଣିଗ୍ରାହୀଙ୍କୁ ଭେଟି ପ୍ରଦାନ କରିଥିଲେ ।  ପାଣିଗ୍ରାହୀ ସମସ୍ତ ଦୟଣା ଗଛଗୁଡିକୁ ଶ୍ରୀମନ୍ଦିର ନୀଳାଚଳ ଉପବନ, କୋଇଲି ବୈକୁଣ୍ଠ ଉପବନ, ଜେଲ ରୋଡ଼ ବଗିଚା, ମାଟି ତୋଟା ବଗିଚା ଏବଂ ହରିଶଙ୍କର ବଗିଚାରେ ଲଗାଯିବାର ବନ୍ଦୋବସ୍ତ କରିଛନ୍ତି । ଏହାଛଡା ୧୫ ଦିନ ତଳେ ସମୁଦ୍ର କୁଳ ରୁଦ୍ରଭାବନ, ପୁରୀର ଭକ୍ତି ସ୍ୱରୂପ ସୋମନ ମହାରାଜ ୧୫୦ ଦୟଣା ଗଛ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ।

Leave a Reply

Your email address will not be published.