ସର୍ବଭାରତୀୟ ଫୁଟବଲ୍, ଜଗା ୟୁନାଇଟେଡ୍ ଫାଇନାଲରେ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳର ମୁଖ୍ୟ ଷ୍ଟାଡିୟମ୍ଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ୍ ଆମନ୍ତ୍ରଣ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଶେଷ ହୋଇଛି । ଏଥିରେ ସନ୍ରାଇଜ୍ କ୍ଲବ କଟକ ଓ ଜଗା ୟୁନାଇଟେଡ୍ ଭୁବନେଶ୍ୱର ପରସ୍ପରକୁ ଭେଟିଥିଲେ । ଏଥିରେ ଜଗା ୟୁନାଇଟେଡ୍ ୧-୦ ଗୋଲ୍ରେ ସନ୍ରାଇଜ୍ କ୍ଲବ୍ କଟକକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି । ବିଜୟୀ ଦଳର ଜର୍ସି ନଂ. ୬ ସୋନୁ ନାୟକ ଏକମାତ୍ର ଗୋଲ୍ ଦେଇ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ମୁଖ୍ୟ ରେଫରୀ କିଶାନ୍ ଦାସ, ଅରୁଣ ନାୟକ, ଆଶୀର୍ବାଦ କାନୁନ୍ଗୋ, ଶଶିକାନ୍ତ ଦାଶିଆ ପ୍ରମୁଖ ରେଫରୀ ଭାବେ ଖେଳକୁ ପରିଚାଳନା କରିଥିବାବେଳେ ମାୟାଧର ସାହୁ ମ୍ୟାଚ୍ କମିଶନର ଭାବେ ପରିଚାଳନାରେ ସହଯୋଗ କରିଥିଲେ । ସରୋଜ କୁମାର ପାଢୀ ଧାରାବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ ଓ ପୂର୍ତ୍ତର୍ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଓଡିଶା ଅଲମ୍ପିକ୍ ଆସୋସିଏସନ୍ ସଂପାଦକ ତଥା ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଡେଭଲପ୍ମେଣ୍ଟ୍ କମିଟି ସଭାପତି ଅଭିଜିତ୍ ପାଲ୍ ଏବଂ ସମାଜସେବୀ ଅଶୋକ କୁମାର ଦାଶ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.