ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ସପ୍ତାହ ବ୍ୟାପି ଜନ ସଚେତନତା

ଢେ଼ଙ୍କାନାଳ: ସାରା ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ଲାଗିରହିଛି । ସେଥିରୁ ବଞ୍ଚିବା ପାଇଁ ଆଜି ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନ ତରଫରୁ ଆରମ୍ବ ହୋଇଛି ଏକ ସପ୍ତାହ ପଯ୍ୟନ୍ତ (ସେବା କାର୍ଯ୍ୟ )ମାସ୍କ , ସାନିଟାଇଜର ବଣ୍ଟନ । ଏହି କାର୍ଯ୍ୟରେ ସଭାପତି ପ୍ରଦୀପ କୁମାର ଦାସ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଗଁଦିଆ ତହସିଲଦାର ଆଶିଷରଞ୍ଜନ ସାହୁ ,ସଂମ୍ମାନିତ ଅତିଥି ବିଡ଼ିଓ ଗଁଦିଆ ନେତ୍ରାନନ୍ଦ ମଲିକ,ଗଁଦିଆ ଥାନା ଅଧିକାରୀ ବିସ୍ତୁ ଚରଣ ବାରିକ ଓ ଡ଼ିଜିଟାଲ ମିଡ଼ିଆ ଆସୋସିଏସନର ସମସ୍ତ ସଦସ୍ୟ ଯଥା କ୍ଷୀରୋଦ ଚନ୍ଦ୍ର ଦାସ, ରଞ୍ଜିତ ସାମଲ, ପୁଷ୍ପଲତା ସାମଲ, ପ୍ରୀତିମଞ୍ଜରୀ ମହାନ୍ତି, ଦୀପ୍ତିରଞ୍ଜନ ସାହୁ ଓ ଜ୍ୟୋତିରଞ୍ଜନ ଦାସ ସମସ୍ତ ସଦସ୍ୟ ମିଶି କାଯ୍ୟକ୍ରମକୁ ଆଗକୁ ନେଇଥିଲେ । ଖାଲି ସେତିକି ନୁହେଁ କରୋନା ମହାମାରୀରେ କିଛି ବ୍ୟବସାୟୀ ଚଢା ଦରରେ ପଇସା ନେଉଥିବାର ଦୃଶ୍ୟ ମଧ୍ୟ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନ ନଜରକୁ ଆସିଥିଲା । ଏନେଇ ମଧ୍ୟ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନ ତରଫରୁ ଲୋକଙ୍କ ସୁବିଧା ପାଇଁ ଗଁଦିଆ ବିଡ଼ିଓଙ୍କୁ ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସେସନର ଏଭଳି କାଯ୍ୟ ପାଇଁ ବିଭିନ୍ନ ଦିଗରୁ ପ୍ରଶଂସାର ସୁଅ ଛୁଟିଛି ।

 

Leave a Reply

Your email address will not be published.