ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ନନ୍ଦନକାନରେ ଚାଲିବ ଶିଶୁ ରେଳ ଗାଡି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବହୁ ଅପେକ୍ଷାର ଅନ୍ତ ହେଲା । ନନ୍ଦନକାନରେ ଆଜିଠୁ ଚାଲିଲା ଶିଶୁ ରେଳ ଗାଡି । ଏହାସହ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ କୋଭିଡ ନିୟମାବଳୀ ପାଳନପୂର୍ବକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମତିଥି ଅକ୍ଟୋବର ୨ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବନଖଣ୍ଡରେ ପାଳିତ ହେଉଛନ୍ତି ।

ଏହି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ ରାଉତ, ଆଇଏଫଏସ ଲିଙ୍ଗରାଜ ହୋତା, ଆଇଏଫଏସ ଶିଶିର କୁମାର ରଥ ଓ ଆଇଏଫଏସ ଶଶିପଲଙ୍କ ସମେତବ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ତେବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ନନ୍ଦନକାନନରେ ଏକ ଟଏ ଟ୍ରେନର ଉଦଘାଟନ ହେବା ସହ ରୋପ ୱଏର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏଥିସହିତ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ନାମରେ ‘ବିଜୁ ପଟ୍ଟନାୟକ ଆୱାର୍ଡ-୨୦୨୧’କୁ ଚଳିତବର୍ଷ ନନ୍ଦ କିଶୋର ଭୂଜବଳଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published.