ପୁରୀରେ ଗର୍ଜିଲେ ଯୁବକଂଗ୍ରେସ ପ୍ରାର୍ଥୀ

ପୁରୀ, (ନାଗରାଜ ନ୍ୟୁଜ ): ପୁରୀରେ କଂଗ୍ରେସର ବିନାୟକ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବରେ ରାଜନୀତିରେ ଜିଲ୍ଳାପରିଷଦ ପ୍ରାର୍ଥୀ ହୋଇଥିବା ଯୁବକ ଯୁବତୀ ମାନଙ୍କୁ ନେଇ ଏକ କର୍ମଶାଳା ପୁରୀ ଇନ୍ଦିରା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ସମସ୍ତ ନେତୃ ମଣ୍ଡଳୀ ଅଂଶଗ୍ରହଣ କରିବା ସହିତ ନୂତନ ପ୍ରାର୍ଥୀ ମାନଙ୍କୁ ଜିତିବାର କୌଶଳ ବତାଇଥିଲେ । ଯୁବପ୍ରାର୍ଥୀ ମାନଙ୍କ ଭିତରେ ଜିତିବାର ଉତ୍ସାହ ଉଙ୍କିମାରୁଥିବାର ଦେଖିବାକୁ ମିଳିଥିଲା । ସତ୍ୟବାଦୀର ପ୍ରସାଦ ହରିଚନ୍ଦନ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେଠାରେ ତାଙ୍କୁ ସମସ୍ତେ ଇଙ୍ଗିତ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published.