ସାମ୍ବାଦିକ ସମ୍ବିଳନୀରେ ଗର୍ଜିଲେ ସିପିଆଇଏମ ନେତା ସନ୍ତୋଷ କୁମାର ସାହୁ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ର ସିପିଆଇଏମ ର ନେତା ଜଗଦାନନ୍ଦ ମହାପାତ୍ର ଆଜକୁ ୩୦ ବର୍ଷ ଧରି ସିପିଆଇଏମ୍ ସଗଠନକୁ ଧୋକା ଦେଇ ଆସୁଛନ୍ତି, ଯେହେତୁ ଜଗଦାନନ୍ଦ ମହାପାତ୍ର ହୋଲ ଟାଇମର ଭାବରେ ଲଗାତାର ଭାବେ ଜିଲ୍ଲା କମିଟି ସଦସ୍ୟ ରହି ଆସୁଛନ୍ତି ଏହି କାରଣରୁ ଜିଲ୍ଲା କମିଟି ସବୁ କିଛି ଜାଣି ମଧ୍ୟ ନିରବ ରୁହନ୍ତି,ଜଗଦାନନ୍ଦ ମହାପାତ୍ର ସେହି ସୁଜୋଗକୁ ନେଇ ଆଜକୁ ୩୦ ବର୍ଷ ମଧ୍ୟରେ ଯେତେବେଳେ ବି ଯେଉଁ କମ୍ରେଡ ଜଗଦାନନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ ସ୍ବୋର ଉତ୍ତୋଳନ କରିଛି ତାକୁ ପାର୍ଟିରୁ ବାହାର କରି ଦିଆଯାଇଛି,କିମ୍ବା ସେ ନିଜେ ପାର୍ଟି ଛାଡି ଚାଲିଯାଇଛି।ପ୍ରତିଟି ନିର୍ବାଚନରେ ଜଗଦାନନ୍ଦ ମହାପାତ୍ର ପଇସା ରୋଜଗାର କରିବା ନିମନ୍ତେ ସମସ୍ତଙ୍କ ଆଖିରେ ପଟି ବାନ୍ଧି ଦେଇ ବୁର୍ଜୁଆ ରାଜନୈତିକ ଦଳ ମାନଙ୍କ ସହିତ ଘୋଡ଼ା ବେପାର କରନ୍ତି ଯଦି କେହି କେବେ ଏହାର ପ୍ରତିବାଦ କରିଛନ୍ତି ୟା ତାଙ୍କୁ ପାର୍ଟି ଛାଡି ଚାଲିଯିବା କୁ ହୋଇଛି ,ନଚେତ୍ ତାଙ୍କୁ ପାର୍ଟିରୁ ବାହାର କରି ଦିଆଯାଇଛି।ଦିର୍ଘ ବର୍ଷ ଧରି ଜଗଦାନନ୍ଦ ମହାପାତ୍ର ଖଇରା ଆଞ୍ଚଳିକ କମିଟିର ବିନା ପରାମର୍ଶରେ ବିନା ରିଜୋଲିସନରେ ଖଇରା ସିପିଆଇଏମ୍ ପାର୍ଟି ଅଫିସ କୁ ଭଡ଼ାରେ ଦେଇ ଟଙ୍କା ଖାଉଛନ୍ତି, ପଚରାଗଲେ କହୁଛନ୍ତି ଏବାବଦର ତୁମ ମାନଙ୍କର ପଚାରିବାର ଅଧିକାର ନାହିଁ ବୋଲି କହୁଛନ୍ତି ଏବଂ ଏବାବଦରେ ମୁଁ ଜିଲ୍ଲା କମିଟିକୁ ହିସାବ ଦେଉଛି ବୋଲି କହି ସମସ୍ତଙ୍କ ମୁହଁ ବନ୍ଦ କରିଆସୁଛନ୍ତି, ଯଦି କେହି ଏହାର ପ୍ରତିବାଦ କଲା ତାହେଲେ ପାର୍ଟି ଛାଡି ଚାଲିଯିବାକୁ ପଡ଼ିଛି ନଚେତ୍ ତାଙ୍କୁ ପାର୍ଟିରୁ ବାହାର କରି ଦିଆ ଯାଇଛି, ଆଉ ଯେଉଁ ମାନେ ସବୁ କିଛି ଦେଖୀକି ଚୁପ୍ ରହୁଛନ୍ତି, ସେମାନେ ଆଜି ବି ପାର୍ଟିରେ ଅଛନ୍ତି।

 

ଏହି କିଛି ବର୍ଷ ହେଲା ଜଗଦାନନ୍ଦ ମହାପାତ୍ର ପ୍ରତିଟି ନିର୍ବାଚନରେ ମୋତେ ପରାମର୍ଶ ଦିଅନ୍ତି ପ୍ରାର୍ଥୀ ନଦେବାକୁ ଯଦିଓ କୈାଣସି ମତେ ପ୍ରାର୍ଥୀ ଦିଆଗଲା ତାହେଲେ ମୋତେ ପରାମର୍ଶ ଦିଅନ୍ତି ଜୋର ଦାର ଭାବରେ ପ୍ରଚାର କରିବା ପାଇଁ ଯେତେବେଳେ ପର୍ଯ୍ୟନ୍ତ କି କମ୍ୟୁନିଷ୍ଟ ପାର୍ଟିର ପ୍ରଭାବ ଅନ୍ୟ ରାଜନୈତିକ ଦଳ ମାନଙ୍କ ଉପରେ ଭାରି ନପଡୁଛି ମୁଁ ବି ମଧ୍ୟ ଅତି ଉତ୍ସାହର ସହିତ ନିର୍ବାଚନ ପ୍ରଚାର କରିଥାଏ ତାପରେ ଜଗଦାନନ୍ଦ ମହାପାତ୍ର ଆରମ୍ଭ କରି ଦିଅନ୍ତି, ବୁର୍ଜୁଆ ରାଜନୈତିକ ଦଳ ମାନଙ୍କ ସହିତ ଗୋଡ଼ା ବେପାର, ଦୁଃଖର ବିଷୟ ହେଲା ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢିବୁ ଜଗଦାନନ୍ଦ ମହାପାତ୍ର ତାକୁ ମାତ୍ର କିଛି ପଇସାରେ ଲୋଭରେ ବିକ୍ରି କରି ଦିଅନ୍ତି ,ଯେହେତୁ ଆମ ଅଞ୍ଚଳରେ ଭୋଟ କିଣିବାକୁ ଚାହୁଁଥିବା ଅନ୍ୟ ରାଜନୈତିକ ଦଳ ଓ କମ୍ୟୁନିଷ୍ଟ ପାର୍ଟି କୁ ଭୋଟ ଦେବାକୁ ଚାହୁଥିବା ସାଧାରଣ ଜନତା ଜାଣିଛନ୍ତି, ଜଗଦାନନ୍ଦ ମହାପାତ୍ର ହିଁ ସିପିଆଇଏମ୍ ପାର୍ଟିର ମୁଖ୍ୟ ନେତା
ଜଗଦାନନ୍ଦ ମହାପାତ୍ରଙ୍କର ଏଭଳି ସମସ୍ତ କାର୍ଯ୍ୟ କଳାପକୁ ମୁଁ ଦିର୍ଘ ଦିନ ଧରି ବିରୋଧ କରି ଆସୁଥିଲି କିନ୍ତୁ ପାର୍ଟିର ସାଂଗଠନିକ କ୍ଷତି ହେବା ଭୟର ଆଶଂକା ଥିଲା ତେଣୁ ମୋର ବିରୋଧ କେବଳ ପାର୍ଟି ଭିତରେ ହିଁ ସିମିତ ରହିଯାଇଥିଲା ,କିନ୍ତୁ ଯେତେବେଳେ ଗତ ନିର୍ବାଚନରେ ଜଗଦାନନ୍ଦ ମହାପାତ୍ରଙ୍କର ଘୋଡ଼ା ବେପାର ସମସ୍ତ ସିମା ଟପିଗଲା ମୁଁ ବାଲେଶ୍ଵର ଜିଲ୍ଲା କମିଟିକୁ ଜଣାଇଲି କିନ୍ତୁ ଜିଲ୍ଲା କମିଟି ଏବାବଦରେ କୈାଣସି ଠୋସ ପଦକ୍ଷେପ ଗ୍ରହଣ କଲେ ନାହିଁ ତା’ପରେ ମୁଁ ନିଷ୍ପତି ନେଲି ଆଉ ସିପିଆଇଏମ୍ ସଗଠନରେ ରହି ରାଜନୈତିକ କାର୍ଯ୍ୟ କରି ପାରିବି ନାହିଁ ଜଗଦାନନ୍ଦ ମହାପାତ୍ରଙ୍କ ବିରୋଧରେ ଖୋଲା ଖୋଲି ଭାବରେ ପ୍ରତିବାଦ କଲି ଏଥିରେ ଜଗଦାନନ୍ଦ ମହାପାତ୍ର ମୋତେ ଧମକପୂର୍ଣ୍ଣ ଚେତାବନୀ ଦେଇ କହିଥିଲେ ତମେ ମୋ ସହିତ ଲାଗିଛ ତୁମର ରାଜନୈତିକ ଅସ୍ତିତ୍ବ ରହିବ ନାହିଁ ,ତାଙ୍କ କହିଥିବା କଥା ଅନୁଯାୟୀ ମୋ ବିରୁଦ୍ଧରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଶୁଭାରମ୍ଭ କରିଛନ୍ତି।

ବାଲେଶ୍ୱର ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.