ଢେଙ୍କାନାଳ ଅବକାରୀ ବିଭାଗକୁ ବଡ଼ ସଫଳତା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଅବକାରୀ ବିଭାଗକୁ ବଡ଼ ସଫଳତା । ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ । ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଗତକାଲି ହିନ୍ଦୋଳ ବ୍ଲକ ମହିଧର ପୁର ନିକଟରୁ ଏକ କଣ୍ଟେନର ଜବତ କରିଛି । ଯାହା କି ଏକ ଟ୍ରକ ତାକୁ କଣ୍ଟେନର ଭାବେ ରଖାଯାଇଛି । ଗୋଟାଏ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ନେବାପାଇଁ ଯୋଜନା କରଯାଇଥିଲା । ଏହାକୁ କେବେ ମଦ ଥିବା କଥା କେହି ବିଶ୍ବାସ କରିବେ ନାହିଁ । ଗୋଟିଏ ଗୋଟିଏ ମଦ ପ୍ୟାକେଟର ଆନୁମାନିକ ମୂଲ୍ୟ ୯୦୦୦ ଟଙ୍କା ହେବ ବୋଲି କୁହାଯାଉଛି ।୧୧୦୦ ରୁ ଉର୍ଦ୍ଧ୍ବ ପ୍ୟାକେଟ ଜବତ ହୋଇଥିବା ଜଣା ପଡିଛି । ଉକ୍ତ ଘଟଣାରେ ଅବକାରୀ ବିଭାଗ ୩ ଜଣକୁ ଅଟକ ରଖିଛି

Leave a Reply

Your email address will not be published.