ଜଳବନ୍ଦୀରେ ହମିରପୁର ବାସୀ


ରାଉରକେଲା: ଗତକାଲି ୟାସ ବାତ୍ଯା ଯୋଗୁଁ ଇସ୍ପାତ ନଗରୀରେ ତୁହାକୁତୁହା ବର୍ଷା ଓ ପବନ ଲାଗିରହିଥିଲା । ତେବେ ଅବିରତ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ହମିରପୁର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ସେକ୍ଟର ଅଞ୍ଚଳର ବର୍ଷାପାଣି ହମିରପୁରକୁ ବୋହିଆସି ଜଳ ନିଷ୍କାସନ ହୋଇନପାରି ଏକ ବିରାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଜଳ ନିଷ୍କାସନ ପାଇଁ ଆରଏସପି କର୍ତ୍ତୃପକ୍ଷ ବା ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଓ ଜଳ ନିଷ୍କାସିତ ହୋଇପାରୁନଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି

। ପ୍ରାୟ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହିଭଳି ଅବସ୍ଥା ଦେଖିବାକୁ ମିଳେ। ତେଣୁ ଏହାର ବିହିତ ପଦକ୍ଷେପ ନେବାକୁ ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

 

Leave a Reply

Your email address will not be published.