ଚଅଁପୁରରେ ହନୁମାନ ଯଜ୍ଞ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଚଅଁପୁର ଶାସନ ଠାରେ ହନୁମାନ ଯଜ୍ଞ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଦୀର୍ଘ ୩୧ ବର୍ଷର ଏହି ଯଜ୍ଞକୁ ଦେଖିବା ଲାଗି ବିଭିନ୍ନ ଅଞ୍ଚଳରରୁ ଅନେକ ଲୋକଙ୍କ ସମାଗମ ହୋଇଥିଲା । ସମ୍ପାଦକ ଦୈତାରି ପାଢୀଙ୍କ ତତ୍ତ୍ୱାବଧାନରେ ସନ୍ଧ୍ୟା ୭ ଘଟିକା ସମୟରେ ବ୍ରହ୍ମ ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ହରିହର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନାମାନନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯଜ୍ଞ ଏବଂ ସଂସ୍କାର ବିଷୟରେ ଆଲୋଚନା କରିଥିଲେ । ମୃତ୍ୟୁଞ୍ଜୟ ପଣ୍ଡା, ଗଦାଧର ଦାଶ, ଜ୍ଯୋତିର୍ମୟ ପାଢୀ, ନାରାୟଣ ପାଢ଼ୀ ପ୍ରମୁଖ ଅଭିଜ୍ଞ ବ୍ରାହ୍ମଣ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ ହୋଇଥିଲା । ନିରଞ୍ଜନ ଦାଶ, ନାରାୟଣ ପଣ୍ଡା, ଜନ୍ମେଜୟ ମହାନ୍ତି, ମହେଶ୍ବର ନାୟକ ଓ ରଞ୍ଜିତା ମହାନ୍ତି ପ୍ରମୁଖ ଶତାଧିକ ଭକ୍ତ ଯୋଗଦାନ କରି ମନ ଓ ହୃଦୟକୁ ପବିତ୍ର କରିଥିଲେ । ରାତ୍ରି ୯ ଘଟିକା ସମୟରେ ପୂର୍ଣ୍ଣାହୁତି ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

Leave a Reply

Your email address will not be published.