ସ୍ତ୍ରୀର ଦେହାନ୍ତ ଖବର ପାଇ ଘରକୁ ଆସୁଥିବା ବେଳେ ସ୍ୱାମୀର ମୃତ୍ୟୁ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ଦିଲିପ ନାୟକ ବାହାରେ ରହୁଥିବା ବେଳେ ସ୍ତ୍ରୀ ଲିସା ରାଣୀଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବିଶ୍ୱନାଥଙ୍କ ବାଇକ ଗଛରେ ପିଟି ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଦୀଲିପ ଓ ଲିସା ରାଣୀ ଦେହୁରୀ ପ୍ରେମ ବିବାହ କରିଥିଲେ । ଅନ୍ୟପଟେ ଲିସା ରାଣୀଙ୍କୁ ଦୀଲିପଙ୍କ ପରିବାର ଲୋକେ ହତ୍ୟା କରିଥିବାର ଲିସା ରାଣୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published.