ଗୋଟିଏ ନମ୍ବରରେ କଲ କଲେ ମିଳିବ ୩ ଟି ସେବା

କଟକ, (ନାଗରାଜ ନ୍ୟୁଜ): ଗୋଟିଏ ନମ୍ବରରେ କଲ କଲେ ମିଳିବ ୩ ଟି ସେବା । ଅଗ୍ନିଶମ, ଆମ୍ବୁଲାନ୍ସ ଓ ପୋଲିସ ସେବା ପାଇଁ ଏଣିକି ଗୋଟିଏ ନମ୍ବରକୁ କଲ କଲେ ଏହି ୩ ଟି ସେବା ମିଳିବ । ୧୧୨କୁ ଡାଏଲ କରିଲେ ଏହି ସେବା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦ ଟି ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ଏହି ସେବା ଆଜିଠାରୁ ଶୁଭାରମ୍ଭ କରାଯାଇଛି । ଓଏମ୍ପି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଏହାର ଶୁଭାରମ୍ଭ କରାଯାଇଛି।

ଅଗ୍ନିଶମ ,ଆମ୍ବୁଲାନ୍ସ ଓ ପୋଲିସରାଜ୍ୟ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୬ ଟି ଗାଡି ପ୍ରଦାନ କରାଯାଇଛି। ତେବେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ସ୍ୱତନ୍ତ୍ର ଡିଜି କହିଛନ୍ତି।

Leave a Reply

Your email address will not be published.