ବେଆଇନ ବାଲି ଚାଲଣ, ୬ ଡମ୍ଫର ଜବତ

ସୁନ୍ଦରଗଡ: ନଦୀରୁ ବେଆଇନ ବାଲି ଚୋରୀ ବେଳେ ୬ ଡମ୍ଫର ଜବତ ସହ ଫାଇନ ଆଦାୟ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ତହସିଲ୍ ଅନ୍ତର୍ଗତ ଦଲକି ଶଙ୍ଖ ନଦୀରେ । ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୋରା ବାଲି ନେଉଥିବା ଡମ୍ଫରକୁ ଜବତ କରାଯାଇଥିଲା । ବେଆଇନ୍ ଭାବରେ ସବୁଦିନ ସହ ସହ ଡମ୍ଫର୍ ଆସୁଛି ରାଜଗାଙ୍ଗପୁର, କୁତ୍ରା ପକ୍ଷରୁ । ଆସି ବିନା ଅନୁମତିରେ ବିନା ରଏଲ୍ଟିରେ ନଦୀରୁ ବାଲି ନେଇ ପଳାଉଥିଲା। କିନ୍ତୁ ଆଜି ଅଚାନକ ଭାବେ ବୀରମିତ୍ରପୁର ତସିଲଦାରଙ୍କ କହିବା ଅନୁସାରେ ବୀରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ସୂପରଭାଇଜର ଅକ୍ଷୟ କୁମାର ତ୍ରପାଠୀ ଅତର୍କିତ ଭାବେ ନଦୀରେ ଚଢ଼ାଉ କରିଥିଲେ । ରାଏବୋଗା ଥାନା ପକ୍ଷରୁ ଗୋଲକ୍ ଚନ୍ଦ୍ର ସେନାପତି ଓ ସହକର୍ମୀଙ୍କ ଦ୍ବାରା ୬ଟି ଡମ୍ଫର ଧରା ପଡ଼ିଥିଲା ଚୋରା ବାଲି ସହ । ଡ଼ମ୍ଫର୍ ମାଲିକକୁ ୩୦୬୬୦ ଟଙ୍କା ଫାଇନ କରିଥିଲେ ।

 

Leave a Reply

Your email address will not be published.