ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ସାନଭାଇକୁ ହତ୍ୟା କଲା ବଡ଼ଭାଇ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ଲାଞ୍ଜିବେର୍ଣା ଫାଣ୍ଡି ଅଧିନସ୍ଥ ଗ୍ୟାନପାଲି ଗ୍ରାମରେ ସାନଭାଇ ଚାପଡ୍ ରେ ହାଣି ବଡ଼ଭାଇକୁ ହତ୍ୟାକରି ଫାଣ୍ଡିରେ ଆତ୍ମସମର୍ପଣ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାରୁ ଜଣାଯାଇଛିଯେ ଆଜି,ଗ୍ୟାନ୍ ପାଲି ଗ୍ରାମର ବଡ଼ଭାଇ ଫୁଲଜେମ୍ ଲାକ୍ରା ଏବଂ ସାନଭାଇ ଇଲାରୁଷ୍ ଲାକ୍ରା ଉଭୟଙ୍କ ମଧ୍ୟରେ କୈାଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉକ୍ଷିପ୍ତ ହୋଇ‌ ସାନଭାଇ ବଡ଼ଭାଇକୁ ଚାପଡ୍ ରେ ହାଣି ହତ୍ୟାକରି ଲାଞ୍ଜିବେର୍ଣା ଫାଣ୍ଡିରେ ଆତ୍ମସମର୍ପଣ କରିଥିଲା । ଖବରପାଇ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା, ଥାନାଧିକାରୀ ଶ୍ରୀ ବତ୍ସପ୍ରଧାନ ଏବଂ ଲାଞ୍ଜିବେର୍ଣା ଫାଣ୍ଡି ଅଧିକାରୀ କେ ମୁଣ୍ଡାଙ୍କ ସହିତ ସୁନ୍ଦରଗଡ଼ ଫ୍ଲୋରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ‌ମୃତ ଦେହ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ଘଟଣାର ସରଜମିନ ତଦନ୍ତ ଚଲାଇଛନ୍ତି । ତଦନ୍ତ ଚାଲୁଥିବାରୁ ହତ୍ୟାକାଣ୍ଡର ପ୍ରକୃତ କାରଣ ପୋଲିସ କହିବାକୁ ମନା କରିଛନ୍ତି । ହତ୍ୟାକାଣ୍ଡରେ ଏକାଧିକ ସମ୍ପୃକ୍ତିକୁ ଏଡାଇ ଯାଇନପାରେ ।

Leave a Reply

Your email address will not be published.