ସନ୍ଧ୍ୟାରେ ମର୍ମଭେଦି ପ୍ରବଚନ ଏବଂ ହଜାର ହଜାର ଭକ୍ତ ଦେଖିଲେ ଦୀପ ଯଜ୍ଞ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର ସିମୁଳିଆ ଠାରେ ଗତ ତା ୧୪/୩/୨୨ରିଖ ସୋମବାର ଭଗବତୀ ବିହାର ପରିସରରେ ୩୦ ତମ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ୮.୩୦ମି. ସମୟରେ ବରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡାଙ୍କ ଦ୍ବାରା ବିଧିବଦ୍ଧ ଭାବେ ଧର୍ମଧ୍ବଜା ଉତ୍ତୋଳନ ପରେ ମଙ୍ଗଳ କଳସଯାତ୍ରା ଶହ ଶହ ଝିଅ ଓ ସ୍ତ୍ରୀ ଲୋକମାନଙ୍କୁ ନେଇ ଗଡପୋଖରୀ ଗ୍ରାମରେ ଥିବା ଗରୁଡେଶ୍ବର ମହାଦେବଙ୍କ ପୋଖରୀରୁ ଘଟୋଉତ୍ତୋଳନ ହୋଇଥିଲା । ପରେ ପରେ ଯଜ୍ଞ ଓ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞ ସ୍ଥଳରେ ବିଦ୍ଯାରମ୍ଭ, ଦୀକ୍ଷା, ବ୍ରତୋପନୟନ ତଥା ଅନ୍ୟାନ୍ୟ ସଂସ୍କାର ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ପାରାଦୀପରୁ ଆସିଥିବା ପ୍ରବଚକ ପ୍ରଦୀପ କୁମାର ମହାନ୍ତି ଓ ତାଙ୍କ ସାଥୀ ମାନଙ୍କ ଦ୍ବାରା ଅତ୍ୟନ୍ତ ମର୍ମଭେଦି ପ୍ରବଚନ ହଜାର ହଜାର ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ପ୍ରବଚନ ପରେ ଦୀପ ଯଜ୍ଞ ଆରମ୍ଭ ହୋଇଥିଲା । ହଜାର ହଜାର ଦୀପ ପ୍ରଜ୍ବଳନ ସହିତ ଭକ୍ତିପୂତ ପରିବେଶ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା । ଏଥିରେ ମୁଖ୍ୟ ଉପଦେଷ୍ଟା ଥିଲେ ସନ୍ତୋଷ କୁମାର ଦଳେଇ । ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଗଦାଧର ପରିଡା, ନାରାୟଣ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ସାହୁ, ସୌମଶ୍ରୀ ଦଳେଇ, ଭବାନୀ ଶଙ୍କର ପଣ୍ଡା, ଚିଦାନନ୍ଦ ସାହୁ, ଶୀଣେଷ୍ଣା ଦଳେଇ, ଶ୍ରୀରାମ ରାଉତ, ହରେକୃଷ୍ଣ ନାୟକ, ମାନସ ବେହେରା, ଭୋଳାନାଥ ସିଅ, ସୁଦର୍ଶନ ହାତୀ ଓ ବସନ୍ତ କୁମାର ସ ଏବଂ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଖଇରା ପୋଲିସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୃକ୍ତ ଅଞ୍ଚଳବାସୀ ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ସାମ୍ପ୍ରତିକ କରୋନା କଟକଣା ଯୋଗୁ ମାତ୍ର ଗୋଟିଏ ଦିନ ପାଇଁ ପ୍ରଶାସନ ଅନୁମତି ଦେଇଥିଲା । ଉକ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ବହୁଲୋକ ରୁଣ୍ଡହୋଇଥିଲେ । ଏଥିରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.