ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗାରୁଜା ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂସଲ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗା ରୁଜା ଘଟଣା ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂସଲ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଆସି ଘଟଣା ର ସବିଶେଷ ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଙ୍କ ସୂଚନା ଅନୁଯାୟୀ ପୋଲିସ ସିସିଟିଭି ରୁ କିଛି ତଥ୍ୟ ସଂଗ୍ରହ କରିଛି। ସେହିପରି ରାତି ରେ ଡ୍ୟୁଟି ରେ ଥିବା ଜେଟିପି ଙ୍କୁ ମଧ୍ୟ ଜେରା କରାଯାଇଛି । ଉଭୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି। ଏହା ପଛରେ ଥିବା ଵ୍ୟକ୍ତି ଙ୍କୁ ଧାରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ଜେଟିପି ଙ୍କ ସହ ଓଡିଶା ପୋଲିସ ମଧ୍ୟ ଡ୍ୟୁଟି ରେ ରହିବେ । ରାତି ରେଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ। ଯେଉଁ ସ୍ଥାନରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲାଗିବ । ସେପଟେ ପୋଲିସ ଡିଜି ସୁନିଲ ବଂସଲ କହିଛନ୍ତି ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ । ଆହୁରି ଅଧିକ ସିସିଟିଭି ଲାଗିବ । ତେବେ ରୋଷ ଘରେ ଚୁଲା ଭଙ୍ଗା ଘଟଣାରେ ପୋଲିସ ତଦନ୍ତ କରୁଚି । ଖୁବ ଶୀଘ୍ର ଏହା ପଛର କାରଣ ଓ କିଏ ଅଛି ପୋଲିସ ତାକୁ ଠାବ କରିବ । ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳା କୁ ଜମାବି ବରଦାସ୍ତ କରାଯିବନି।

Leave a Reply

Your email address will not be published.