କଟକ ବାରବାଟିରେ ପୁଣି ଥରେ ଦେଖିବାକୁ ମିଳିବ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ଟି.୨୦

କଟକ, (ନାଗରାଜ ନ୍ୟୁଜ): କଟକରେ ପୁଣି ଥରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟର ମଜା । କାରଣ ଆସନ୍ତା ଫେବୃଆରୀ ୧୫ତାରିଖରେ କଟକ ବାରବାଟିରେ ଖେଳାଯିବ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ଟି.୨୦ ମୁକାବିଲା । ଦୁବାଇରେ ହୋଇଥିବା ବିସିସିଆଇର ଅପେକ୍ସ କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ମଧ୍ୟ ଅବଗତ କରାଇଛି ବିସିସିଆଇ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ବେହେରା ।

Leave a Reply

Your email address will not be published.