କେନାଲ ବନ୍ଧରେ ଜବତ ହେଲା ଦେଶୀ ମହୁଲି

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତରା ଅଞ୍ଚଳରେ ଦୀର୍ଘ 12 ମାସ ହେଲା ଲୁଚି ଲୁଚି ଦେଶୀ ମହୁଲି କାରବାର କରି ଆସୁଥିବା ଜ୍ଯୋତି ରଞ୍ଜନ ନାୟକ ଓରଫ (ଦୟା )ଧରାପଡି କୋର୍ଟ ଚାଲାଣ ହୋଇଛି । ଖବର ସଂଗ୍ରହରୁ ଜଣାପଡିଛି ଯେ ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ଅଞ୍ଚଳରୁ ତାଙ୍କ ନିଜ ୪ ଚକିଆ OR 02Z 3123 ଗାଡି ଯୋଗେ ଅନ୍ତରା ଅଞ୍ଚଳକୁ ଦେଶୀ ମହୁଲି ଆଣୁଥିଲା । କୌଣସି ସୂତ୍ରରୁ ଖବରପାଇ କଟକ ଅବକାରୀ ବିଭାଗର କନେଷ୍ଟବଳ ବସନ୍ତ କୁମାର ମଲ୍ଲିକ ସଦଳବଳେ ଚଢାଉ କରି ଅନ୍ତରା କେନାଲ ବନ୍ଧରେ ଗାଡିଟିକୁ ଜବତ କରିବାରେ ସକ୍ଷମ ହୋଇଥିଲେ । ଜବଦ ଦେଶୀ ମହୁଲିର ପରିମାଣ ପ୍ରାୟ ୩୫୦ ଲିଟର ବୋଲି ଆକଳନ କରାଯାଇଛି, ସମ୍ପୃକ୍ତ ମଦ ବେପାରୀ ଦୟା ନାୟକ ଙ୍କୁ ଗିରଫ କରି ଅବକାରୀ ବିଭାଗ ସୋର କୋର୍ଟକୁ ଚାଲାଣ କରିଛି ।

ବାଲେଶ୍ବର ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.